ସମ୍ବଲପୁରର ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ସମ୍ବଲପୁରଜିଲ୍ଲାଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ସର୍ବମୋଟ ୨୧ଟି କମିଟିଙ୍କୁ ୧ କୋଟି ୮ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ।ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସମ୍ବଲପୁରର ଶୀତଳ ଷଷ୍ଠୀ ପର୍ବ ଆମ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶୀତଳ ଷଷ୍ଠୀକୁ ଭବ୍ୟତାର ସହ ପାଳନ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆମ ଓଡ଼ିଶାର ପର୍ବପର୍ବାଣୀ ଓ ଯାନିଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।

ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା  ସମ୍ବଲପୁର ଓ ବରପାଲିରେ ଭବ୍ୟ ସମାରୋହରେ ଅନୁଷ୍ଠିତ ହେଉଛି। ଶିବ ଏବଂ ପାର୍ବତୀଙ୍କର ପବିତ୍ର ବିବାହ ଉତ୍ସବ ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଉଛି। ଏହି ଯାତ୍ରା ୭ ଦିନ ଧରି ଚାଲିତାଏ। ପରମ୍ପରା ଅନୁସାରେ ପ୍ରଭୁ ଶିବଙ୍କ ବିବାହ ଜଣେ ସାଧାରଣ ବର ପରି ସମ୍ପନ୍ନ ହୁଏ। ଭକ୍ତମାନେ ମା’ ପାର୍ବତୀଙ୍କ ବାପା-ମା’ ଭୂମିକା ଗ୍ରହଣ କରି ବୈଦିକ ରୀତିନୀତିରେ ବିବାହ କରାଇଥାଆନ୍ତି। ସମ୍ବଲପୁରର ବିଭିନ୍ନ ଶୈବପୀଠ (ଯଥା: ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା ଇତ୍ୟାଦି)ରୁ ଭବ୍ୟ ଶୋଭାଯାତ୍ରା ବାହାରି ଥାଏ। ରଙ୍ଗବେରଙ୍ଗର ଆଲୋକସଜ୍ଜା, ସୁଶୋଭିତ ରଥ ଏବଂ ପାରମ୍ପରିକ ଲୋକନୃତ୍ୟ ଏହାର ମୁଖ୍ୟ ଆକର୍ଷଣ ହୋଇଥାଏ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!