ପଶ୍ଚିମବଙ୍ଗ କୋଲକତାର ତାରାତଲାରେ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡିବା ଘଟଣାରେ ୯ ଜଣଙ୍କ ଜୀବନ ଚାଲିଯାଇଛି । ଏବେ ବି ଅନେକ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକ ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଥମ ମହଲା ଛାତ ନିର୍ମାଣ କାମ ଚାଲୁଥିବା ବେଳେ ହଠାତ୍ ଲୁହା ରେଲିଂ ଗଳିପଡିଥିଲା ।
ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାର ୫୦ ହଜାର ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ତାରାତଲାରେ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡ଼ି ପଡିଥିଲା । ଭୁଶୁଡ଼ିବା ବେଳେ କାମ ଚାଲିଥିଲା, ତେଣୁ ଏତେମାତ୍ରାରେ ଶ୍ରମିକ ଚାପି ହୋଇଯାଇଥିଲେ । ୪୦ରୁ ଅଧିକ ଲୋକ ଚାପିହୋଇଥିବା ଖବର ମିଳିଥିଲା । ସେନା ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ରେସକ୍ୟୁ ଅଭିଯାନ ଜାରି ରଖିଛି । ତେବେ ଏହାର ନିର୍ମାଣରେ ନିମ୍ନମାନର ଜିନିଷ ବ୍ୟବହାର ହେଉଥିଲା ବୋଲି ଅଭିଯୋଗ ହୋଇଛି ।

