ଓଡ଼ିଶା ସିନେ ଜଗତର ବହୁପ୍ରତୀକ୍ଷିତ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଯାଇଛି । ଚଳିତ ବର୍ଷ ଏକକାଳୀନ ଦୁଇ ବର୍ଷ ଅର୍ଥାତ ୨୦୨୩ ଏବଂ ୨୦୨୪ ମସିହା ପାଇଁ ପୁରସ୍କାର ପ୍ରଦାନ କରାଯିବ । ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କଳାକାର ଓ ସିନେମାଗୁଡ଼ିକୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଛି । ୨୦୨୩ ମସିହା ପାଇଁ ପୁରସ୍କାର ବିଜେତାଙ୍କ ତାଲିକା ୨୦୨୩ ବର୍ଷ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ବିଭାଗରେ ଦୁଇଟି ସିନେମା ଯୁଗ୍ମ ଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେହିପରି ଅଭିନେତ୍ରୀ ବିଭାଗରେ ମଧ୍ୟ ଦୁଇ ଜଣଙ୍କୁ ପୁରସ୍କାର ମିଳିଛି ।
ଶ୍ରେଷ୍ଠ ଚଳଚ୍ଚିତ୍ର: ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ (ଯୁଗ୍ମ)
ଶ୍ରେଷ୍ଠ ନିର୍ଦ୍ଦେଶକ: ପିନାକୀ ସିଂହ ଓ ଶିଶିର କୁମାର ସାହୁ
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ହରିହର ମହାପାତ୍ର
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ନୈନା ଦାସ ତିୱାରୀ ଏବଂ ସୁପ୍ରିୟା ନାୟକ (ଯୁଗ୍ମ)
ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା): ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ
୨୦୨୪ ମସିହା ପାଇଁ ପୁରସ୍କାର ବିଜେତାଙ୍କ ତାଲିକା:
୨୦୨୪ ବର୍ଷ ପାଇଁ ଚଳଚ୍ଚିତ୍ର ‘ଆଶ୍ରମ’ ବାଜିମାତ କରିଥିବା ବେଳେ ଓଲିଉଡର ଚକୋଲେଟ୍ ବୟ ବାବୁଶାନ ଓ ଅଭିନେତ୍ରୀ ଦେବଜାନୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।
ଶ୍ରେଷ୍ଠ ଚଳଚ୍ଚିତ୍ର: ‘ଆଶ୍ରମ’
ଶ୍ରେଷ୍ଠ ନିର୍ଦ୍ଦେଶକ: ଅଶୋକ ପତି
ଶ୍ରେଷ୍ଠ ମୁଖ୍ୟ ଅଭିନେତା: ବାବୁଶାନ ମହାନ୍ତି
ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ: ଦେବଜାନୀ
ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଜୀବନବ୍ୟାପୀ ସାଧନା): ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସ
ରାଜ୍ୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ “ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର” ପାଇଁ ୨୦୨୩ ବର୍ଷ ନିମନ୍ତେ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ଚୟନ କରାଯାଇଥିବା ବେଳେ, ୨୦୨୪ ବର୍ଷ ପାଇଁ ବରିଷ୍ଠ ଅଭିନେତ୍ରୀ ନମ୍ରତା ଦାସଙ୍କ ନାମ ଘୋଷଣା କରାଯାଇଛି।

