ବିଭିନ୍ନ ସହରରେ ରନ୍ଧନ ଗ୍ୟାସ୍‌ ଅଭାବ

ଇରାନ ଯୁଦ୍ଧ ପାଇଁ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ଇନ୍ଧନ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ଭାରତର ବିଭିନ୍ନ ସହରରେ ରନ୍ଧନ ଗ୍ୟାସ୍‌ ଅଭାବ ଦେଖାଦେଇଛି। ମୁମ୍ବାଇରେ ବ୍ୟବସାୟିକ ଏଲ୍‌ପିଜି ଯୋଗାଣକୁ ବନ୍ଦ କରିଦିଆଯାଇଛି।

ଆଗକୁ ଗ୍ୟାସ୍‌ ନ ମିଳିବା ଆଶଙ୍କାରେ ସୋମବାର ସକାଳୁ ବୁକିଂ ବହୁଗୁଣିତ ହୋଇଛି। ୨୫ ଦିନ ପରେ ନୂଆ ସିଲିଣ୍ଡର ପାଇଁ ବୁକିଂ କରାଯାଇପାରିବ ବୋଲି ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ସରକାର ନିକଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର ପ୍ରତି ଦର ୬୦ ଟଙ୍କା ବଢ଼ାଇଥିବାବେଳେ ବ୍ୟବସାୟିକ ଏଲ୍‌ପିଜି ଦର ୧୧୫ ଟଙ୍କା ବୃଦ୍ଧି କରିଥିଲେ। ସୋମବାର ନଏଡ଼ା ସେକ୍ଟର ୨୨ ଅଞ୍ଚଳରେ ଥିବା ଗ୍ୟାସ୍‌ ଏଜେନ୍ସି ବାହାରେ ଖାଲି ସିଲିଣ୍ଡର ସହ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା।

Post Views30 Total Count

Apply Now


This will close in 0 seconds

error: Content is protected !!