ହଟିଲା କଟକଣା, ମିଶିଲେ ବାପ ଝିଅ

ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ ଔପଦା ଥାନା ସୋରିଷପାଳ ଗ୍ରାମରୁ ଆସିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ପାରିବାରିକ କଳହ ଯୋଗୁଁ ବାପା-ମା’ ଦୁଇ ବର୍ଷ ହେବ ଅଲଗା ରହୁଥିବା ବେଳେ, କୁନି ଝିଅଟି ଗତ ଦୁଇ ବର୍ଷ ହେବ ବାପାଙ୍କ ପାଖରେ ହିଁ ରହିଆସୁଥିଲା ।

ତେବେ ଝିଅକୁ ନିଜ ପାଖରେ ରଖିବା ପାଇଁ ମାଆ ଶିଶୁ ମଙ୍ଗଳ କମିଟି ପାଖରେ ଫେରାଦ ହୋଇଥିଲେ । ସିଡବ୍ଲୁସି ଝିଅକୁ ବାପାଙ୍କ ପାଖରୁ ଆଣି ନୀଳଗିରି ନିକଟସ୍ଥ ଏକ କନ୍ୟାଶ୍ରମରେ ରଖିଥିବା ବେଳେ ବାପାଙ୍କୁ ଭେଟିବାକୁ ଦେଇ ନଥିଲେ । ଖବର ପାଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଶ୍ରମରେ ପହଞ୍ଚି କର୍ତ୍ତୃପକ୍ଷଙ୍କୁ କଡ଼ା ପ୍ରଶ୍ନ କରିବା ସହ ଘଟଣାର ନିଜେ ଯାଞ୍ଚ କରିଛନ୍ତି ।

ଏପରିକି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ଝିଅ କାହା ପାଖରେ ରହିବ ବୋଲି ପଚାରିବାରୁ, କାନ୍ଦି କାନ୍ଦି ବାପାଙ୍କ ପାଖରେ ରହିବ ବୋଲି କହିଥିଲା । ସାଂସଦ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ସମସ୍ତ କାଗଜପତ୍ର ଯାଞ୍ଚ କରି ଝିଅକୁ ବାପାଙ୍କୁ ହସ୍ତାନ୍ତର କରିବାକୁ ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷରେ, ଝିଅର ମା’ଙ୍କ ଅଭିଯୋଗ ରହିଛି ଯେ, ନିର୍ଯାତନା ଅସହ୍ୟ ହେବାରୁ ଘର ଛାଡ଼ିଥିଲେ ଏବଂ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିସାରିଛନ୍ତି । ଝିଅର ଉତ୍ତମ ଭବିଷ୍ୟତ ପାଇଁ ତାଙ୍କୁ ଝିଅର ମାଲିକାନା ମିଳୁ ବୋଲି ଦାବି କରିଛନ୍ତି । ବର୍ତ୍ତମାନ ଝିଅ ବାପାଙ୍କ ପାଖରେ ରହିବ ନା ମାଙ୍କ ପାଖରେ, ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!