ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ଦ୍ୱାରା ବିଜ୍ଞାନ ମେଳା ଆୟୋଜିତ

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (NCSM)ର ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ରେ ୨୧ ଜାନୁଆରୀ ୨୦୨୬ ରେ ‘ମାନବ କଳ୍ୟାଣ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା’ ବିଷୟବସ୍ତୁ ଉପରେ ଏକ ବିଜ୍ଞାନ ମେଳା ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି ମେଳା ଛାତ୍ରଛାତ୍ରୀମାନଙ୍କୁ ସମାଜିକ ସମସ୍ୟାଗୁଡ଼ିକର ନୂତନ ଓ ସୃଜନାତ୍ମକ ସମାଧାନ ଖୋଜିବାକୁ ପ୍ରେରିତ କରିଥିଲା।

ଏହି ବିଜ୍ଞାନ ମେଳାରେ ଢେଙ୍କାନାଳ, କଟକ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ପ୍ରାୟ ୨୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ଜିଓଥର୍ମାଲ୍ ପାୱାର ପ୍ଲାଣ୍ଟ, ରାଡାର ପ୍ରଣାଳୀ, ସ୍ମାର୍ଟ କୃତ୍ରିମ ବୁଦ୍ଧିମତ୍ତା (AI) ସମର୍ଥିତ କୃଷି ପ୍ରଣାଳୀ, କାର୍ବନ ନିର୍ମୂଳନ ପ୍ରଣାଳୀ, ଗ୍ରିନ୍ କ୍ଲାସ୍ ସ୍ମାର୍ଟ ଏବଂ ଏନର୍ଜି ଇଫିସିଏଣ୍ଟ ଓ ଆପଦା ପରିଚାଳନା ଭଳି ଆକର୍ଷଣୀୟ ବିଜ୍ଞାନ ମଡେଲ୍ ଥିଲା, ଯାହା ଦୈନନ୍ଦିନ ଜୀବନରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି ର ବ୍ୟବହାରିକ ପ୍ରୟୋଗକୁ ପ୍ରଦର୍ଶନ କରିଥିଲା।

 

ଆଇଆଇଏମସି ଢେଙ୍କାନାଳର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି ସେ କହିଥିଲେ, “ନୂତନ ଆବିଷ୍କାର ବିଷୟରେ ଚିନ୍ତା କର, ସେଥି ସହିତ ସୁସ୍ଥାୟୀତ୍ୱ ଓ ଏହି ପ୍ରଯୁକ୍ତିର ଶେଷ ଲାଭାନ୍ୱିତ କିଏ ହେବ, ସେଥିରେ ମଧ୍ୟ ଧ୍ୟାନ ଦିଅ।

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏବଂ ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ ଏମ୍‌.ଏମ୍‌. ରାଉତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଥିଲେ, “ଏହା ଏମିତି ଏକ ମଞ୍ଚ ଯେଉଁଠାରେ ଏକ ଛାତ ତଳେ ନବୀନ ବୈଜ୍ଞାନିକ ଧାରଣାଗୁଡ଼ିକୁ ଏକତ୍ର କରେ ଏବଂ ଛାତ୍ରଛାତ୍ରୀମାନେ ପରସ୍ପର ମଧ୍ୟରେ ଆଲୋଚନା କରି ନିଜ ବୈଜ୍ଞାନିକ ଧାରଣାଗୁଡ଼ିକୁ ଆଦାନ-ପ୍ରଦାନ କରିଥାନ୍ତି। ଆମ ପରିପାର୍ଶ୍ୱରେ ଘଟୁଥିବା ସମସ୍ତ ଘଟଣାକ୍ରମଗୁଡ଼ିକୁ ବୈଜ୍ଞାନିକ ଦୃଷ୍ଟିକୋଣରେ ସଦା ସମୀକ୍ଷା କରିବା ଆବଶକ୍ୟ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ସେ ଏହା ମଧ୍ୟ କହିଥିଲେ “ଯଦି ଜଣେ ନିରନ୍ତର ପ୍ରୟାସ ଜାରି ରଖେ ତେବେ ବିଫଳତା ହିଁ ସଫଳତାର ମାର୍ଗ ଦେଖାଇଥାଏ।

 

ଢେଙ୍କାନାଳସ୍ଥ ସିନର୍ଜି ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶକ ଡାକ୍ତର ପି.କେ. ନାୟକ ମୁଖ୍ୟ ଅତିଥି ଭାବେ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଓଏଭି ବିଶ୍ୱନାଥପୁର, ଗଁଦିଆ ର ସ୍ୱୟଂ ଶେଖର ରଥ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ପ୍ରିୟାଂଶ ସ୍ୱାଇଁ ଦ୍ୱିତୀୟ ସ୍ଥାନ ଓ ଜିଏମଆର୍ ଭରାଲକ୍ଷ୍ମୀ ଡିଏଭି ପବ୍ଲିକ୍ ସ୍କୁଲ, କମଳାଙ୍ଗ ର ଆତ୍ମଜା ରାଉତ ଓ ସୁୟାଶୀ ଶର୍ମା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ପୁରସ୍କାର ବିତରଣ ଉତ୍ସବ ସମାପନ ହୋଇଥିଲା, ଯେଉଁଥିରେ ବିଜେତାମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଏବଂ ସମସ୍ତ ଅଂଶଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମଟି ଶିକ୍ଷା ସହାୟକ ଶ୍ରୀ ଶଙ୍କର ଗୁରୁଙ୍ଗଙ୍କ ଦ୍ୱାରା ସଫଳତାର ସହିତ ସଞ୍ଚାଳିତ ହୋଇଥିଲା।

Post Views4 Total Count

Apply Now


This will close in 0 seconds

error: Content is protected !!