କ୍ଷୀରର ଫେଣ ଓ ଗାଢ଼ତା ବଢ଼ାଇବା ପାଇଁ ମିଶା ଯାଉଛି ଶାମ୍ପୁ

ମହାରାଷ୍ଟ୍ରର ଏଫଡିଏ କମିଶନର ତଥା ବରିଷ୍ଠ IAS ଅଫିସର ତୁକାରାମ ମୁଣ୍ଡେଙ୍କ ଏକ ଚାଞ୍ଚଲ୍ୟକର ଖୁଲାସା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି। କ୍ଷୀରର ଫେଣ ଓ ଗାଢ଼ତା ବଢ଼ାଇବା ପାଇଁ ଅସାଧୁ ବ୍ୟବସାୟୀମାନେ ଶାମ୍ପୁ, ଡିଟରଜେଣ୍ଟ, ୟୁରିଆ ଏବଂ କାଷ୍ଟିକ ସୋଡ଼ା ଭଳି ମାରାତ୍ମକ କେମିକାଲ ବ୍ୟବହାର କରି ‘ସିନ୍ଥେଟିକ୍ କ୍ଷୀର’ ତିଆରି କରୁଛନ୍ତି। ଆସନ୍ତୁ ଜାଣିବା ଏହି ବିଷାକ୍ତ କାରବାର ପଛର ସମ୍ପୂର୍ଣ୍ଣ ସତ କ’ଣ? ମହାରାଷ୍ଟ୍ର FDA ଦ୍ୱାରା ହୋଇଥିବା ବ୍ୟାପକ ଚଢ଼ାଉ ପରେ ଏହି ମହାଘୋଟାଲା ସାମ୍ନାକୁ ଆସିଛି ।

FDA କମିଶନର ତୁକାରାମ ମୁଣ୍ଡେ ପ୍ରକାଶ କରିଛନ୍ତି ଯେ ଲାଭଖୋର ମାଫିଆମାନେ ନିରୀହ ଲୋକଙ୍କ ଜୀବନ ସହ ଖେଳୁଛନ୍ତି । କ୍ଷୀରକୁ ଧୋବ ଫରଫର ଦେଖାଇବା ଏବଂ ଉପରେ ଫେଣ ଆଣିବା ପାଇଁ ଶାମ୍ପୁ ଓ ଡିଟରଜେଣ୍ଟ ମିଶାଯାଉଛି ।

କ୍ଷୀରରେ ଫ୍ୟାଟ୍‌ର ମାତ୍ରା ବଢ଼ାଇବା ପାଇଁ ପାମ୍ ଅଏଲ, ୟୁରିଆ, ୟୁରିକ୍ ଏସିଡ୍ ଏବଂ କାଷ୍ଟିକ ସୋଡ଼ାର ବ୍ୟବହାର କରାଯାଉଛି। FDA ର ଏହି କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ହଜାର ହଜାର ଲିଟର ନକଲି ଓ ସିନ୍ଥେଟିକ୍ କ୍ଷୀର ଜବତ କରାଯାଇ ନଷ୍ଟ କରାଯାଇଛି।

କାରଣ ଏହି କ୍ଷୀର ପିଇଲେ ପେଟରୋଗ, ଆନ୍ତ୍ରିକ କ୍ଷତ, ପାଚନ ସମସ୍ୟା,କିଡନି ଓ ଲିଭର ନଷ୍ଟ, କ୍ୟାନ୍ସର ଭୟ, ହୃଦ୍‌ରୋଗ ଓ ହାଇ କୋଲେଷ୍ଟ୍ରୋଲ ଭଳି ସମସ୍ୟାରେ ପଡ଼ିବା ଥୟ ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!