ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲା,ଅଭିଯୁକ୍ତ ଗିରଫ

ଗୁରୁଗ୍ରାମର ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୋଲିସ ଅଭିଯୁକ୍ତ କଲ୍ୟାଣ ବୈସଲାଙ୍କୁ ଗିରଫ କରିଛି । ମହିଳା ବାଇକରଙ୍କୁ କାରରେ ଗୋଡ଼ାଇ ଗୋଡ଼ାଇ ଧକ୍କା ଦେଇଥିବା ଅଭିଯୁକ୍ତ ଚାଳକକୁ ରାଜସ୍ଥାନର ଦୌସାରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଗୁରୁଗ୍ରାମକୁ ଆଣିବ । ଗୁରୁଗ୍ରାମକୁ ଆଣିବା ପରେ ପୋଲିସ ସଂପୂର୍ଣ୍ଣ ମାମଲାରେ ପଚରାଉଚରା କରିବ ।

ଖବର ମୁତାବକ, ଗତ ରବିବାର ସକାଳେ ମହିଳା ବାଇକରକୁ ଧକ୍କା ଦେବା ପରେ ଦୁର୍ଘଟଣା ଘଟାଇବା ପରଠାରୁ ଅଭିଯୁକ୍ତ କଲ୍ୟାଣ ଫେରାର ଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ତାକୁ ଧରିବା ପାଇଁ ଗୁରୁଗ୍ରାମ ପୋଲିସ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚଲାଇଥିବା ବେଳେ ଶେଷରେ ତାଙ୍କୁ ରାଜସ୍ଥାନର ଦୌସାରୁ ଗିରଫ କରିଛି । ବର୍ତ୍ତମାନ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ସହ ଅନ୍ୟାନ୍ୟ କଠୋର ଦଫାରେ ମାମଲା ରୁଜୁ ହୋଇଛି ।

ପୋଲିସ ଘଟଣା ସ୍ଥଳରେ ଥିବା ଆଖପାଖ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ଯାଞ୍ଚ ଆଧାରରେ ପୋଲିସ ହତ୍ୟା ଉଦ୍ୟମ ଧାରା ଯୋଡିଛି । ସାଂଘାତିକ ଘଟଣା ପରେ ଗୁରୁଗ୍ରାମ ପୋଲିସ ମୂଳ ଏଫ୍ଆଇଆର ହତ୍ୟା ଉଦ୍ୟମ ଦଫା ଯୋଡ଼ିଛି । ପୀଡ଼ିତା ସିଆ ଏବଂ ତାଙ୍କ ପରିବାର ଲୋକେ ପୋଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠାଇବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!