ରାଷ୍ଟ୍ରପତି ଭବନରେ ଗୁଞ୍ଜରିବ କୋରାପୁଟିଆ ଢେମସାର ତାଳ

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଭବନରେ ଝଙ୍କୃତ ହେବ କୋରାପୁଟର ପାରମ୍ପରିକ ଢେମସା ନୃତ୍ୟର ତାଳ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ହେବାକୁ ଥିବା ନୂଆଁଖାଇ କାର୍ଯ୍ୟକ୍ରମରେ କୋରାପୁଟଜିଲ୍ଲା କୋଟପାଡ଼ର ‘କଳା ବିକାଶ କେନ୍ଦ୍ର’ ପକ୍ଷରୁ କୋରାପୁଟିଆ ଢେମସା ନୃତ୍ୟ ପରିବେଷଣକରାଯିବ। ଦଳପତି ସାଗର ବିଶୋୟୀଙ୍କ ନେତୃତ୍ୱରେ କଳାକାର ଦଳ ନୂଆଦିଲ୍ଲୀରେ ପହଞ୍ଚି ନିଜର ପ୍ରସ୍ତୁତି ସାରିଛନ୍ତି। 
ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ୍ରମେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଉତ୍ସବରେ ଭାଗ ନେବା ପାଇଁ ଓଡ଼ିଶାରୁ ମନୋନୀତ ସାଂସ୍କୃତିକ ଦଳଗୁଡ଼ିକ ମଧ୍ୟରେ କୋଟପାଡ଼ କଳା ବିକାଶ କେନ୍ଦ୍ର ସ୍ଥାନ ପାଇଛି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ମାଟିର ବାର୍ତ୍ତା ଓ ମହାନ ପରମ୍ପରାକୁ ଢେମସା ନୃତ୍ୟର ଛନ୍ଦ ମାଧ୍ୟମରେ କଳାକାରମାନେ ରାଷ୍ଟ୍ରପତି ତଥା ଉପସ୍ଥିତ ଅତିଥିମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। କୋରାପୁଟର ମାଟି, ସଂସ୍କୃତି ଓ ନୃତ୍ୟଶୈଳୀ ଦେଶର ରାଜଧାନୀରେ ନୂଆଁଖାଇ ଭଳି ଗଣପର୍ବରେ ପରିବେଷିତ ହେବା ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ବୁଦ୍ଧିଜୀବୀ ଓ କଳାପ୍ରେମୀ ମତ ପ୍ରକାଶ କରିଛନ୍ତି।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!