ଭୁସ୍ଖଳନରେ ଚାଲିଗଲା ବାପା, ମାଆ ଓ ପୁଅର ଜୀବନ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭୂସ୍ଖଳନରେ ୩ ଜଣଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ରାଇକିଆ ବ୍ଲକ ଡାଙ୍ଗେସି ଗାଁର ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଅଚ୍ୟୁତ ପ୍ରଧାନ, ଅନୀଷା ପ୍ରଧାନ ଏବଂ ତାଙ୍କ ୯ ମାସର ପୁଅ ।
ଗୁରୁବାର ଭୂସ୍ଖଳନ ପରେ ପୂରା ପରିବାର ନିଖୋଜ ଥିଲେ । ଆଜି ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ କରିବା ପରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ଜଣାପଡ଼ିବା ପରେ ମନ୍ତ୍ରୀ ରବି ନାରାୟଣ ନାଏକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୂସ୍ଖଳନ ପାଇଁ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଥିବାବେଳେ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ତେବେ ୩ ଜଣଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!