ଟ୍ରେନ୍ ରେ କୁକର୍ମ ଉଦ୍ୟମ, ଯୁବତୀଙ୍କୁ ଟ୍ରାକକୁ ଦେଲେ ଠେଲି

ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ପରେ ତାଙ୍କୁ ରେଳ ଧାରଣାକୁ ଠେଲିଦେଇଛନ୍ତି ଜଣେ ଯୁବକ । ଏହି ଘଟଣାରେ ଯୁବତୀଙ୍କ ବାମ ହାତ କହୁଣି ତଳୁ କଟିଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୪ ତାରିଖରେ ଏହି ଘଟଣା ଘଟିଥିଲା। ପୀଡ଼ିତା ବୋରିଭଲିରୁ ଲୋକାଲ୍ ଟ୍ରେନ୍‌ରେ ଚଢ଼ି ନାୟଗାଓଁ ଯାଉଥିଲେ। ନାୟଗାଓଁ ଷ୍ଟେସନ୍‌ ନିକଟରେ ଜଣେ ବ୍ୟକ୍ତି ତାଙ୍କ ଛାତି ପାଖକୁ ଖରାପ ଉଦ୍ଦେଶ୍ୟରେ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲା। ଯୁବତୀ ଏହାର ବିରୋଧ କରିବା ସହ ଚପଲରେ ଅଭିଯୁକ୍ତକୁ ମାଡ଼ ମାରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗାଳିଗୁଲଜ ହୋଇଥିଲା।

ପୀଡ଼ିତାଙ୍କ କହିବା ଅନୁସାରେ, ଷ୍ଟେସନ୍‌ରେ ଟ୍ରେନ୍‌ ଅଟକିଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଦୁଇ ହାତରେ ଜୋର୍‌ରେ ଠେଲି ଦେଇଥିଲା। ଫଳରେ ସେ ଦୁଇଟି ଡବା ମଧ୍ୟବର୍ତ୍ତୀ ସ୍ଥାନ ଦେଇ ସିଧା ରେଳ ଧାରଣା ଉପରେ ପଡ଼ିଯାଇଥିଲେ। ନିଜକୁ ବଞ୍ଚାଇବା ପାଇଁ ପ୍ଲାଟଫର୍ମ ଉପରକୁ ଉଠିବାକୁ ଚେଷ୍ଟା କରୁଥିବାବେଳେ ଟ୍ରେନ୍‌ ଚାଲିବା ଆରମ୍ଭ କରିଥିଲା। ଏହି ସମୟରେ ତାଙ୍କ ବାମ ହାତ ଟ୍ରେନ୍‌ ଚକା ତଳେ ପଡ଼ିଯାଇଥିଲା। ଫଳରେ କହୁଣି ତଳୁ ହାତ କଟିଯାଇଥିଲା। ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଥିବାରୁ ୧୬ଟି ସିଲେଇ ପଡ଼ିଥିଲା।

ଘଟଣା ପରେ ଅଭିଯୁକ୍ତ ଷ୍ଟେସନ୍‌ରେ ଥିବା ଭିଡ଼ର ସୁଯୋଗ ନେଇ ଫେରାର ହୋଇଯାଇଥିଲା। ନଭେମ୍ବର ୬ ତାରିଖରେ ଭାଇନ୍ଦର ରେଳବାଇ ପୋଲିସ ଷ୍ଟେସନ୍‌ରେ ଏନେଇ ମାମଲା ରୁଜୁ ହୋଇଥିଲା। ପ୍ରଥମେ ଭାରତୀୟ ନ୍ୟାୟ ସଂହିତାର ଧାରା ୭୪, ୧୧୭(୨) ଓ ୩୫୨ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ତେବେ ହତ୍ୟା ଉଦ୍ୟମ ଧାରା ଲଗାଯାଇନଥିବାରୁ ପୀଡ଼ିତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ।

Post Views91 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!