ଇଭୋସ୍ ବିଲ୍ଡକନ୍‌ର ୧୭ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶାର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଗୁଣବତ୍ତା ଓ ଗ୍ରାହକ ବିଶ୍ୱାସକୁ ପାଥେୟ କରି ସଫଳତାର ୧୭ତମ ବର୍ଷରେ ପଦାର୍ପଣ କରିଛି ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍। ଭୁବନେଶ୍ୱରରେ ଭବ୍ୟ ସମାରୋହରେ ପାଳିତ ହୋଇଛି କମ୍ପାନୀର ୧୭ତମ ପ୍ରତିଷ୍ଠା ଦିବସ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ ଯୋଗଦେଇଥିଲେ। ଭଗବତ୍ ଗୀତା ଆବୃତ୍ତି, ସାଂସ୍କୃତିକ ପରିବେଷଣ ଓ ଇଣ୍ଡିଆନ୍ ଆଇଡଲ୍-୧୬ ବିଜୟିନୀ ଜ୍ୟୋତିର୍ମୟୀ ନାୟକଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଥିଲା ମୁଖ୍ୟ ଆକର୍ଷଣ।

କମ୍ପାନୀର ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଭୁବନେଶ୍ୱର ରଘୁନାଥପୁରସ୍ଥିତ ‘ଇଭୋସ୍ ଆଲକେମି’। ୪୩ ମହଲା ବିଶିଷ୍ଟ ୪ଟି ଅଟ୍ଟାଳିକା ଓ ୭୫୦ଟି ଆବାସିକ ୟୁନିଟ୍‌କୁ ନେଇ ଏହି ପ୍ରକଳ୍ପ ନିର୍ମାଣ ହେଉଛି।

ଡୋଲେରିୟମ୍ ଟ୍ରଷ୍ଟ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ରକ୍ତଦାନ ଓ ପରିବେଶ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ଚଳିତ ବର୍ଷ ମାଲକାନଗିରିର ଦୁର୍ଗମ ଅଞ୍ଚଳର ୧୫୦୦ ଜଣଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଇଛି।

ଆଗାମୀ ଦିନରେ ପୂର୍ବ ଭାରତର ବିଭିନ୍ନ ସହରକୁ କାର୍ଯ୍ୟକ୍ଷେତ୍ର ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ।

Post Views136 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!