ଛାତ୍ରମାନଙ୍କ ଭୁଲ ଦେଖି ଶିକ୍ଷକ ଗାଳିଦେଲେ ତାହା ଅପରାଧ ନୁହେଁ !

ଛାତ୍ରମାନଙ୍କୁ ଶୃଙ୍ଖଳିତ କରିବା ଏବଂ ସେମାନଙ୍କ ମଧ୍ୟରେ ଭଲ ଅଭ୍ୟାସ ସୃଷ୍ଟି କରିବା ପାଇଁ ଶିକ୍ଷକ ସେହି ଅନୁଯାୟୀ କାର‌୍ୟ୍ୟ କରିବାକୁ ବାଧ୍ୟ ଏବଂ ଏଥିପାଇଁ ବେଳେବେଳେ ଟିକେ କଠୋର ହେବାକୁ ମଧ୍ୟ ବାଧ୍ୟ ବୋଲି ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚର ଏକକ ବିଚାରପତି ଜଷ୍ଟିସ ଭାରତ ଦେଶପାଣ୍ଡେ ରାୟ ଦେଇଛନ୍ତି।

ଜଣେ ଶିକ୍ଷକ ବିଦ୍ୟାଳୟର ଶୃଙ୍ଖଳା ବଜାୟ ରଖିବା ପାଇଁ ଜଣେ ଛାତ୍ରକୁ ଗାଳି ଦେବା କିମ୍ବା କିଛି ଯୁକ୍ତିଯୁକ୍ତ ଦଣ୍ଡ ଦେବା ଏକ ଅପରାଧ ନୁହେଁ ବୋଲି ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ କହିଛନ୍ତି।

ଏଥିସହ ଦୁଇଜଣ ସ୍କୁଲ ପିଲାଙ୍କୁ ବାଡ଼ିରେ ବାଡେଇବା ଅଭିଯୋଗରେ ଦିନକ ପାଇଁ ଜେଲଦଣ୍ଡ ଓ ୧ ଲକ୍ଷ ଟଙ୍କାର ଆର୍ଥିକ ଜୋରିମାନାରେ ଦଣ୍ଡିତ ହୋଇଥିବା ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଦଣ୍ଡାଦେଶକୁ ଖାରଜ କରି ଦେଇଛନ୍ତି କୋର୍ଟ ।

ଏକ ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଏହି ଘଟଣା ସମ୍ପୂର୍ଣ୍ଣ ସ୍ୱାଭାବିକ। ଛାତ୍ରମାନଙ୍କୁ କେବଳ ଶିକ୍ଷାଦାନ ଉଦ୍ଦେଶ୍ୟରେ ନୁହେଁ; ବରଂ ଜୀବନର ଅନ୍ୟାନ୍ୟ ଦିଗ ଶିଖିବା ପାଇଁ ବିଦ୍ୟାଳୟରେ ଭର୍ତ୍ତି କରାଯାଏ, ଯେଉଁଥିରେ ଅନୁଶାସନ ଅନ୍ତର୍ଭୁକ୍ତ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!