ଟାଟା ଷ୍ଟିଲ୍‌କୁ ଆଉ ଏକ ଜାତୀୟ ସ୍ତରର ସ୍ବୀକୃତି ପ୍ରଦାନ

ଟାଟା ଷ୍ଟିଲ୍‌କୁ ଆଉ ଏକ ଜାତୀୟ ସ୍ତରର ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ର ମଧ୍ୟରେ ଟାଟା ଷ୍ଟିଲ୍‌କୁ କ୍ରମାଗତ ୬ଷ୍ଠ ଥର ପାଇଁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି।

ଏହି ମାନ୍ୟତା ଆମକୁ ଆଗାମୀ ଭବିଷ୍ୟତରେ ଆଗକୁ ବଢ଼ିବା ଲାଗି ଉତ୍ସାହିତ କରିବ। ବିଶେଷ କରି କଠୋର ଅନୁଶୀଳନ ପଦ୍ଧତିରେ ମାନୁଫାକଚରିଂ କ୍ଷେତ୍ରରେ ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ରଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯାଇଛି। ଏହି ସଂସ୍ଥାଗୁଡ଼ିକ ଉଭୟ କର୍ମଚାରୀମାନଙ୍କ ଲାଗି ପ୍ରସ୍ତୁତ କରାଯାଇଥିବା ପ୍ରଥା ଏବଂ ମତାମତ ଆଧାରରେ ଏକ ଉଚ୍ଚ ବିଶ୍ୱାସର ସଂସ୍କୃତି ଗଠନ କରିବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଛନ୍ତି।

ଏପରିକି ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କ ପକ୍ଷରୁ ମାନୁଫାକ୍ଚରିଂ କ୍ଷେତ୍ରରେ ଟାାଟା ଷ୍ଟିଲ୍‌କୁ କ୍ରମାଗତ ୬ଷ୍ଠ ଥର ପାଇଁ ଉକ୍ତ ସ୍ବୀକୃତି ପ୍ରଦାନ କରାଯାଇଛି। ସେହିଭଳି ଉଚ୍ଚ ବିଶ୍ୱାସ, ନିଷ୍ଠାପର, ପେସାଦାର ବିକାଶ ଏବଂ କର୍ମକ୍ଷେତ୍ରରେ ବିଚାର ଏକ ସଂସ୍କୃତି ବିକାଶ କରିବା ଲାଗି କମ୍ପାନୀ ଜାରି ରଖିଥିବା ଉଦ୍ୟମ ପାଇଁ ଏଭଳି ଏକ ପୁରସ୍କାର ପ୍ରଦାନ କରାଯାଇଛି।

ବିଶେଷକରି ଏକ ଅନ୍ତର୍ଭୁକ୍ତୀକରଣ ଓ ନିରନ୍ତର ସଂସ୍ଥା ଗଠନ ଦିଗରେ ଉଦ୍ୟମ ପାଇଁ କ୍ରମାଗତ ଷଷ୍ଠ ଥର ଲାଗି ଗ୍ରେଟ୍‌ ପ୍ଲେସ୍‌ ଟୁ ୱାର୍କ ପକ୍ଷରୁ ଏଭଳି ଏକ ସ୍ବୀକୃତି ପ୍ରଦାନ କରାଯାଇଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଉପସଭାପତି (ମାନବ ସମ୍ବଳ ପରିଚାଳନା) ଆତ୍ରାୟି ସାନ୍ୟାଲ କହିଛନ୍ତି, ଆମେ ଏଭଳି ଏକ କର୍ମସଂସ୍କୃତି ବିକାଶ କରିବା ଲାଗି ଉଦ୍ୟମ କରୁଛୁ, ଯାହା ସୁରକ୍ଷା, ସ୍ବାସ୍ଥ୍ୟ, ବିବିଧତା, ପ୍ରତିଦ୍ୱନ୍ଦ୍ୱିତାରେ ଉନ୍ନତି ଏବଂ ଆମ କର୍ମଚାରୀମାନଙ୍କ ସାମଗ୍ରିକ କଲ୍ୟାଣର ପ୍ରସାର କରିବ। ଏପରିକି ଭାରତର ଶ୍ରେଷ୍ଠ ମାନୁଫାକ୍ଚରିଂ କର୍ମକ୍ଷେତ୍ରରେ କମ୍ପାନୀ ସ୍ଥାନ ପାଇଥିବାରୁ ଆମେ ବେଶ୍‌ ଉଲ୍ଲସିତ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!