ଉଦ୍ଧବ ଠାକରେଙ୍କୁ ବଡ ଝଟକା

ପୁଣି ଏକ ବଡ ଝଟକା ଲାଗିଛି ଉଦ୍ଧବ ବାଲାସାହେବ ଠାକରେ ମୁଖ୍ୟ ଉଦ୍ଧବ ଠାକରେଙ୍କୁ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର (ଫେବୃଆରୀ-୨୧) ଦିନ ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ କରିବେ ।

ଏହି ବୈଠକରେ ଦଳର ସାଂସଦ , ବିଧାୟକ ଓ ଅନ୍ୟନେତାମାନେ ଯୋଗଦେବେ । ଏହା ପୂର୍ବରୁ ଗତକାଲି ମୁମ୍ବାଇ ବିଧାନ ଭବନକୁ ସିନ୍ଦେ ଗୋଷ୍ଠୀ ଦଖଲକୁ ନେଇଛନ୍ତି ।ପାର୍ଟିର ନାମ ଓ ନିର୍ବାଚନ ଚିହ୍ନ ହରାଇବା ପରେ ଏବେ ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟକୁ ସିନ୍ଦେ ଗୋଷ୍ଠୀକୁ ଦିଆଯାଇଛି ।

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ନଜରରେ ରଖି ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟ ଏବେ ସିନ୍ଦେ ଗୋଷ୍ଠୀ ଦଖଲକୁ ଆସିଛି । ଏବେ ଏହି କାର୍ଯ୍ୟାଳୟ ଉପରେ ଉଦ୍ଧବ ଗୋଷ୍ଠୀର କୌଣସି ହକ୍ ନାହିଁ ବୋଲି କୁହାଯାଇଛି । କିଛିଦିନ ତଳେ ସିନ୍ଦେ ଗୋଷ୍ଠୀ ଏହି ଦପ୍ତର ଉପରେ ନିଜର ଅଧିକାର ମାଗିଥିଲେ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!