ପାରାଦ୍ୱୀପ ବନ୍ଦରରେ ପ୍ରତିଷ୍ଠା ହେବ ହାଇଡ୍ରୋଜେନ ହବ୍

ଜାତୀୟ ହାଇଡ୍ରୋଜେନ ମିଶନ୍ରେ ରଖାଯାଇଥିବା ଲକ୍ଷ୍ୟ ଅନୁସାରେ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓଡ଼ିଶାର ପାରାଦ୍ୱୀପ ବନ୍ଦରରେ ଏକ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି।

ଏଥିପାଇଁ ପାରାଦ୍ୱୀପ ବନ୍ଦରର ବିକାଶ କରାଯିବ। ପାରାଦ୍ୱୀପ ବ୍ୟତୀତ ଦୀନଦୟାଲ ଓ ଭି.ଓ ଚିଦାମ୍ବରମ୍ ବନ୍ଦରର ବିକାଶ ଘଟାଇ ସେଠାରେ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠା କରାଯିବ। ଏସବୁ ହବ୍ ୨୦୩୦ ସୁଦ୍ଧା ହାଇଡ୍ରୋଜେନର ଭଣ୍ଡାରଣ, ଉତ୍ପାଦନ ଓ କାରବାର ପାଇଁ ସକ୍ଷମ ହେବେ ବୋଲି ମୁମ୍ବାଇଠାରେ ଅନୁଷ୍ଠିତ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ବୈଠକ ଅବସରରେ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦେଶର ବୃହତ ବନ୍ଦରଗୁଡିକରେ “ଗ୍ରୀନ ପୋର୍ଟ” ପ୍ରୟାସ ଆରମ୍ଭ କରିଛି । ଏହାର ପ୍ରଥମ ଲକ୍ଷ୍ୟ ହେଲା ବନ୍ଦରର କାର୍ୟ୍ୟ ଏବଂ ଜାହାଜ ଚଳାଚଳରେ ପ୍ରଦୂଷଣକୁ ନିୟନ୍ତ୍ରଣ କରି ସ୍ୱଚ୍ଛ ଇନ୍ଧନ ବ୍ୟବହାର ଉପରେ ଗୁରୁତ୍ୱ ଦେବା। ଏହା ଫଳରେ ସମ୍ପୃକ୍ତ ବନ୍ଦର ଗୁଡିକର ପରିବେଶ ଜନିତ ପ୍ରଦର୍ଶନ ଭଲ ରହିବ।

ଏହି ପ୍ରୟାସରେ ପରିବେଶ ପ୍ରଦୂଷଣକୁ ପର୍ଯ୍ୟବେକ୍ଷଣ ଓ ତଦାରଖ କରିବା ପାଇଁ ଆବଶ୍ୟକ ଉପକରଣ ଓ ଯନ୍ତ୍ରପାତି ହାସଲ କରିବା, ଧୂଳିକୁ ନିୟନ୍ତ୍ରଣ କରିବାକୁ ଯାନ୍ତ୍ରିକ ବ୍ୟବସ୍ଥାର ଉପଯୋଗ, ଏସ୍ଟିପି ଗାର୍ବେଜ ଡିସପୋଜାଲ ସିଷ୍ଟମ ପ୍ରସ୍ତୁତ କରିବା, ଜାହାଜରୁ ବାହାରୁ ଥିବା ଆବର୍ଜନାର ନିରାପଦ ପରିଚାଳନା, ଅକ୍ଷୟ ଉତ୍ସରୁ ଶକ୍ତି ଉତ୍ପାଦନ ବ୍ୟବସ୍ଥା କରିବା, ତୈଳ ଆସ୍ତରଣକୁ ସଫା କରିବାର ବ୍ୟବସ୍ଥା କରିବା, ପୋତାଶ୍ରୟର ଜଳର ମାନ ବୃଦ୍ଧି, ଟର୍ମିନାଲଗୁଡିକର ଡିଜାଇନ ବଦଳାଇ ଏହାର ବିକାଶ କରିବା ସହିତ ସେସବୁର କାର୍ଯ୍ୟଦକ୍ଷତା ବଢାଇବା ଓ ବନ୍ଦରାଞ୍ଚଳରେ ଅଧିକରୁ ଅଧିକ ସବୁଜିମା ସୃଷ୍ଟି କରିବା ଆଦି ଅନ୍ତର୍ଭୁକ୍ତ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!