ହନିଟ୍ରାପ ଜରିଆରେ ତଥ୍ୟ ହାସଲ କରୁଥିଲେ ପାକିସ୍ତାନୀ ଏଜେଣ୍ଟ

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ। ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ଗିରଫ କରିଛି ବାଲେଶ୍ୱର ପୁଲିସ ।

ଏ ନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥ ପ୍ରସମିଟ୍ କରି ସୂଚନା ଦେଇଛନ୍ତି। ବାଲେଶ୍ୱର ପୁଲିସ ଏବଂ ସେଣ୍ଟରାଲ ଏଜେନ୍ସି ମିଳିତ ଭାବେ ତଦନ୍ତ କରି ଜଣକୁ ଗିରଫ କରିଛନ୍ତି ।

ପ୍ରେସମିଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଯାହାକୁ ଗିରଫ କରାଯାଇଛି ତା’ପାଖରେ ତଥ୍ୟ ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ମୋବାଇଲ୍ ମାଧ୍ୟମରେ ତଥ୍ୟ ଲିକ୍ କରାଯାଇଛି । ଆଗକୁ ପଚରାଉଚରା ଚାଲିବ, ଆଗକୁ ତଥ୍ୟ ଆଧାରରେ ଆକ୍ସନ ନିଆଯିବ । ଗିରଫ ବ୍ୟକ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର।

ଅଶ୍ଳୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ । ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ସନ୍ଦେହ କରି ପୁଲିସ ତଦନ୍ତ ଚଳାଇଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!