ଶୀଘ୍ର ସରିବ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟକ୍ରମ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଟର୍ମିନାଲ ହେବ ରାଜ୍ୟର ପ୍ରଥମ ମଡେଲ ବସ୍ ଟର୍ମିନାଲ । କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟକ୍ରମ । କଟକ ଯାଇ ଗ୍ରାଉଣ୍ଡ ଜିରୋରେ ଟର୍ମିନାଲ ନିର୍ମାଣର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ବସ ଟର୍ମିନାଲର ଅଗ୍ରଗତି ସମ୍ପର୍କରେ କରିଛନ୍ତି ଅନୁଧ୍ୟାନ ।

ଏଣ୍ଟ୍ରି ଓ ଏଗଜିଟ ପଏଣ୍ଟ ବୁଲି ଦେଖିବା ସହ ଅଫିସ, ଦୋକାନ ଗୃହ ଓ ଯାତ୍ରୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗୁଣାବତ୍ତାକୁ ଧ୍ୟାନ ଦେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ସଚିବ ।

ଗୋଟିଏ ସ୍ଥାନରେ ଯାତ୍ରୀମାନଙ୍କୁ ରେଳ ଷ୍ଟେସନ ଓ ବିମାନ ବନ୍ଦର ଭଳି ସେବା ମିଳିପାରିବ । ପ୍ରାୟ ୨୦୦ଟି ବସ୍ ଏକା ସାଙ୍ଗରେ ରହିବା ସହ ବସ୍ ଏଣ୍ଟ୍ରି ଓ ଏକଜିଟ ପାଇଁ ଅଲଗା ରାସ୍ତା ରହିଛି । ଡ୍ରାଇଭରଙ୍କ ପାଇଁ ରେଷ୍ଟରୁମ, ମହିଳା ଓ ପୁରୁଷ ଯାତ୍ରୀଙ୍କ ପାଇଁ ଡର୍ମିଟୋରୀ ରହିଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!