ISRO ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଛି ।
ଏହା ପୂର୍ବରୁ ୨୦୨୨ ଅକ୍ଟୋବର ୨୩ରେ ୱାନ୍ ୱେବ୍ ଗ୍ରୁପ୍ କମ୍ପାନି ପାଇଁ ପ୍ରଥମ ୩୬ଟି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା। ଏହି ଉତକ୍ଷେପଣ ପାଇଁ ଇସ୍ରୋକୁ ୧୦୦୦ କୋଟି ଟଙ୍କା ଶୁଳ୍କ ମିଳିଛି।
ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ (ୱାନ୍ୱେବ୍ ଗ୍ରୁପ୍ କମ୍ପାନି) ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି।
ଏହି ଚୁକ୍ତି ଅନୁଯାୟୀ ଏହି ୩୬ଟି ଉପଗ୍ରହ ମହାକାଶକୁ ଉତ୍ କ୍ଷେପଣ କରାଯାଉଛି। ଏଲ୍ଭିଏମ୍୩ ରକେଟ ୪୩.୫ ମିଟର ଉଚ୍ଚ ଏବଂ ୬୪୩ଟନ୍ ଓଜନ ବିଶିଷ୍ଟ । ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍୧ ସାଟେଲାଇଟକୁ ନେଇ ପୃଥ୍ୱିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ

