ନକଲି ଔଷଧ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଡିସିଜିଆଇ ପକ୍ଷରୁ ୧୮ଟି ଔଷଧ କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଛି । ଯାଞ୍ଚ ବେଳେ ଏହି କମ୍ପାନି ଗୁଡ଼ିକ ନକଲି ଔଷଧ ପ୍ରସ୍ତୁତ କରୁଥିବାର ପ୍ରମାଣ ମିଳିଥିଲା । ଡିସିଜିଆଇ ନକଲି ଔଷଧ ବିରୋଧରେ ଅଭିଯାନ ଆରମ୍ଭ କରି ୨୦୩ଟି କମ୍ପାନୀକୁ ଚିହ୍ନଟ କରିଛି ।
ସେଥିମଧ୍ୟ ୭୦ଟି କମ୍ପାନୀ ହିମାଞ୍ଚଳ ପ୍ରଦେଶର ହୋଇଥିବା ବେଳେ ୪୫ଟି ଉତରାଖଣ୍ଡ ଓ ୨୩ଟି ମଧ୍ୟପ୍ରଦେଶରେ ରହିଛି ।
ସେହି ଆଧାରରେ ଡିସିଜିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।ଡିସିଜିଆଇ ପକ୍ଷରୁ ୨୦ଟି ରାଜ୍ୟରେ ଥିବା ୬୭ଟି ଔଷଧ କମ୍ପାନିର ଯାଞ୍ଚ କରାଯାଇଥିଲା । ତେବେ କେଉଁ କମ୍ପାନିଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ନକଲି ଓ ଅପମିଶ୍ରିତ ଔଷଧ ପ୍ରସ୍ତୁତ କରୁଥିବା ୧୮ଟି କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୨୬ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

