ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ରେ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଟେଣ୍ଡର ପ୍ରଦାନ ପ୍ରକ୍ରିୟା ନେଇ ସିବିଆଇ ପକ୍ଷରୁ ଅଧିକ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

ଏନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲେ ହେଁ ଶୁକ୍ରବାର ଏସଂକ୍ରାନ୍ତରେ ତଥ୍ୟ ରଖାଯିବ ବୋଲି ସୂଚନା ମିଳିଛି।

ଏମ୍ସ ଫାର୍ମାସି ଷ୍ଟୋର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହେବାପରେ ସିବିଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ଚଢ଼ାଉ ବେଳେ ଟେଣ୍ଡର ସଂକ୍ରାନ୍ତୀୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।
ଏଥିସହ ଉକ୍ତ ଷ୍ଟୋର କର୍ତ୍ତୃପକ୍ଷଙ୍କୁ ସିବିଆଇ ପକ୍ଷରୁ ପଚରାଉଚରା କରାଯାଇଛି। ଯାଞ୍ଚ ପାଇଁ ସିବିଆଇର ୨ଟି ଟିମ୍ରେ ୮ଜଣ ଅଧିକାରୀ ନିୟୋଜିତ ହୋଇଥିଲେ।

Post Views88 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!