ରାଜ୍ୟରେ ନିଲାମ ହେବ ଆଉ ୧୦ଟି ଖଣି

୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ଆଉ ୧୦ଟି ଖଣି ନିଲାମ ହେବ। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ନିଲାମ ହେବାକୁ ଥିବା ଖଣିଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲାର କୋଇଡା ଲୁହାପଥର ଖଣି, ଅଳଘାଟ ଲୁହାପଥର ଖଣି, ଝୁମକା-ପାଥିରିପୋଷି

ଲୁହାପଥର ଖଣି, ତୁନମୁରା ଲାଇମଷ୍ଟୋନ ଓ ଡୋଲମାଇଟ, କଳାହାଣ୍ଡି ଜିଲାର କର୍ଲାପାଟ ବକ୍ସାଇଟ ଖଣି, କେନ୍ଦୁଝରର ରେଙ୍ଗଲାବେରା ନର୍ଥ ଇଷ୍ଟ ଓ ନୂଆଗାଁ ଲୁହାପଥର ଖଣି, ରୋଏଡା-୧ ଲୁହାପଥର ଖଣି, କେନ୍ଦୁଝର ଓ ସୁନ୍ଦରଗଡ଼ର ଗନ୍ଧାଲପଡ଼ା ଓ୍ବେଷ୍ଟ ଲୁହାପଥର ଖଣି, ଏବଂ ରାୟଗଡ଼ାର ସରଗିଗୁଡ଼ା ଗ୍ରାଫାଇଟ ଖଣି, ନୁନାପାଇମାଳି ବକ୍ସାଇଟ ଖଣି।

ଏଥିସହିତ କେନ୍ଦୁଝରର କେନ୍ଦୁଡିହି ଲୁହାପଥର ଖଣି, ସୁନ୍ଦରଗଡ଼ ଜିଲାର ଭଞ୍ଜକୁସୁମ ମାଙ୍ଗାନିଜ ଖଣି, କୁସୁମଡିହି ମାଙ୍ଗାନିଜ ଖଣି, କେଡେଶାଳା ଲୁହାପଥର ଖଣି, ଓରାବୁରି ମାଙ୍ଗାନିଜ ଆଦି ୫ଟି ଖଣିର ନିଲାମ ପ୍ରକ୍ରିୟା ଚାଲିଛି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!