ପ୍ରତିଶ୍ରୁତି ଦେଇ ପାଳନ କଲେ 5 ଟି ସଚିବ

ଦୀର୍ଘ ଦିନର ଦାବି ପରେ ମାଓ ଅଧୁସିତ ପଣସପୁଟ ଅଞ୍ଚଳକୁ ଗଡ଼ିଲା ବସ। ପ୍ରତିଶୃତି ଦେଇ ପାଳନ କଲେ 5 ଟି ସଚିବ ।

ଦିନେ ସ୍ୱାଭିମାନ ଅଞ୍ଚଳକୁ ଲୋକେ ଯିବାକୁ ଭୟ କରୁଥିବା ବେଳେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଲୋକଙ୍କ ଭୟ ଦୂର ହେବା ସହ ବିଭିନ୍ନ କ୍ଷେତ୍ରରେ ଯଥା ଗମନାଗମନ, ଶିକ୍ଷା ,ସ୍ୱାସ୍ଥ୍ୟ ଏବଂ ଅଂଚଳର ବିକାଶରେ ସହାୟକ ହୋଇଥିଲା। ଏବେ ଆଉ ଗୋଟିଏ ପାଦ ଆଗକୁ ଯାଇ ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ଗମନାଗମନ ସୁବିଧା ପାଇ ଏକ ସରକାରୀ ବସର ବ୍ୟବସ୍ଥା କରାଗଲା ଯାହା ମାଲକାନଗିରି ଠାରୁ ସ୍ୱାଭିବନ ଅଞ୍ଚଳର ପଣସପୁଟ ପଞ୍ଚାୟତକୁ ଛୁଇଁ ଥିଲା । ଏପରି ବସ ବ୍ୟବସ୍ଥା ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ବରଦାନ ପାଲଟିବ । କିଛି ଦିନ ତଳେ 5 ଟି ସଚିବ ଭି କେ ପାଣ୍ଡିୟନ ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତ କରି ସ୍ୱାଭିମାନ ଅଞ୍ଚଳନରେ ୧୫ ଦିନ ଭିତରେ ସରକାରୀ ବସ ଚଳାଚଳ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କଥା ଦେଇ କଥା ରଖିଲେ ୧୫ ଦିନ ପୂର୍ବରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ସରକାରୀ ବସ ବ୍ୟବସ୍ଥା କରିଥିଲେ।

ସରକାରୀ ବସ ବ୍ୟବସ୍ଥା ସ୍ୱାଭିମାନ ଅଞ୍ଚଳବାସୀଙ୍କ ମୁହଁରେ ହସର ଲହରୀ ଖେଳି ଦେଇଥିଲା। ଆଜି ଏହି କଯ୍ୟକ୍ରମରେ ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡ଼କାମି ଓ ଏମ୍‌ପି ପ୍ରତିନିଧି ଜଗନ୍ନାଥ ମାଝୀ ଉପସ୍ଥିତ ରହି ବାଲିମେଳା ଛକ ଠାରୁ ସ୍ବାଭିମାନ ଅଞ୍ଚଳ ପଣଷପୁଟ ଯାତ୍ରା ପାଇଁ ସବୁଜ ପତାକା ଦେଖାଇ ବସ୍‌ ସେବା ଆରମ୍ଭ କରିଛନ୍ତି ।

ଉକ୍ତ ବସ୍‌ ସେବା ଦ୍ୱାରା ପଣଷପୁଟ, ଯନ୍ତ୍ରୀ, ଅଣ୍ଡିରାପାଲି ଓ ଗାଜୁଲୁମାମୁଡ଼ି ଓ ଯୋଡ଼ାମ୍ବର ଅଞ୍ଚଳବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!