ମେ’ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ !

ମେ’ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ସୋମବାରଠାରୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହେବ । ଏପ୍ରିଲ ୨୩ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଚାଲିବ ।

ପରେ ଦିତୀୟ ପର୍ଯ୍ୟାୟ ଖାତାଦେଖା ମେ ୭ରେ ଶେଷ ହେବ । ମେ ୭ରେ ଖାତା ଦେଖା ସରିବା ପରେ ପରେ ଟାବୁଲେଶନ ପ୍ରକ୍ରିୟା ହେବ । ତେବେ ମେ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ଚଳିତ ଥର ୬୫ଟି ଅଫଲାଇନ ସେଣ୍ଟର ଓ ୩୯ ଅନଲାଇନ ସେଣ୍ଟରରେ ଖାତାଦେଖା ହେବ । ଶିକ୍ଷକମାନେ ଖାତା ଦେଖାରେ ସହଯୋଗ କରୁଥିବାରୁ ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!