ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। କାରଣ; ୩ ମାସ ମଧ୍ୟରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ବୁଧବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
୩ ମାସ ମଧ୍ୟରେ ଏହାକୁ ଲାଗୁ କରିବା ସହ ବିଜ୍ଞପ୍ତିଠାରୁ ସମସ୍ତ ସୁବିଧା ସୁଯୋଗ ସହ ସ୍ଥାୟୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ଉଚ୍ଚ ନ୍ୟାୟଳୟଙ୍କ ଦୁଇ ଜଣିଆ ଖଣ୍ଡପୀଠ ।
ଫଳରେ ରାଜ୍ୟ ସରକାର, ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠରେ କରିଥିବା ଆବେଦନ ଖାରଜ ହୋଇଯାଇଛି । ହାଇକୋର୍ଟଙ୍କ ଏହି ରାୟ ପରେ ପାଖାପାଖି ୬୦୦ରୁ ଊର୍ଦ୍ଧ୍ଵ ଠିକା ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହେବେ ବୋଲି ଜଣାପଡିଛି ।

