୯୯ ବର୍ଷ ବୟସରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କର ପରଲୋକ ହୋଇଛି। ସେ ୧୯୬୩ରୁ ୨୦୧୨ ପର୍ଯ୍ୟନ୍ତ କମ୍ପାନୀର ଚେୟାରମ୍ୟାନ୍ ଦାୟିତ୍ୱ ସମ୍ଭାଳିଥିଲେ।
ମହିନ୍ଦ୍ରା କମ୍ପାନୀର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ପବନ ଗୋୟଙ୍କା ଟ୍ୱିଟ୍ କରି କେଶବଙ୍କ ବିୟୋଗ ସମ୍ପର୍କରେ ସୂଚନା ଦେଇଛନ୍ତି। କମ୍ପାନୀର ଜଣେ ପ୍ରବକ୍ତା ମଧ୍ୟ ଏ ବିଷୟରେ ସୂଚନା ଦେଇ କମ୍ପାନୀ ପକ୍ଷରୁ ଔପଚାରିକ ଭାବେ ଏକ ପ୍ରତିକ୍ରିୟା ଜାରି କରିଛନ୍ତି।ବ୍ୟବସାୟୀ ଓ ପରୋପକାରୀ କେଶବ ମହିନ୍ଦ୍ରା ଅନେକ ନାମିଦାମି କମ୍ପାନୀର ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ଏସ୍ଏଆଇଏଲ୍, ଟାଟା ଷ୍ଟିଲ୍, , ଟାଟା କେମିକଲ, ଇଣ୍ଡିଆନ ହୋଟେଲ୍ ଓ ଆଇସିଆଇସିଆଇର ବୋର୍ଡରେ ସେ ଦାୟିତ୍ୱ ସମ୍ଭାଳିଥିଲେ। ଏଥିସହିତ ସେ HDFCର ଭାଇସ୍ ଚେୟାରମ୍ୟାନ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ

