୨୬୨ ଜଣ ସହକାରୀ ପ୍ରଧ୍ୟାପକ ଓ ୮୮ ଜଣ କନିଷ୍ଠ ସହାୟକ କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ । ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2016-17 ପରଠାରୁ ରାଜ୍ୟ ସରକାର ସରକାରୀ କଲେଜରେ 4000 ରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କହିଛନ୍ତି ଯେ, ଉଚ୍ଚ ଶିକ୍ଷା ପାଇଁ ବଡ ଚ୍ୟାଲେଞ୍ଚ ପାଲଟିଛି ଚାକିରି କିମ୍ବା ଆତ୍ମନିର୍ଭରଶୀଳ କରିବା ।
ଏଥିରେ ଶିକ୍ଷକ ଓ ପ୍ରାଧ୍ୟପକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଗୁଣାତ୍ମକ ଶିକ୍ଷାଦାନ ବ୍ୟତୀତ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିବା, ସକାରାତ୍ମକ ପ୍ରେରଣା ଓ ସେମାନଙ୍କ ଜୀବନରେ ଏକ ଉଦ୍ଦେଶ୍ୟର ଭାବନା ସୃଷ୍ଟି କରିବା ସମସ୍ତ ଶିକ୍ଷକ ଓ ପ୍ରାଧ୍ୟପକଙ୍କ ଦାୟିତ୍ବ । ଏହି ଦାୟିତ୍ବ ସମସ୍ତେ ଲିଭାଇବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗବେଷଣାରେ ବର୍ତ୍ତମାନ ଅଧିକ ଗୁରୁତ୍ବ ଦେଉଛନ୍ତି । ଆସନ୍ତା ପାଞ୍ଚ ବର୍ଷରେ ମୁଖ୍ୟମନ୍ତ୍ରୀ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ୨୧୬ କୋଟି ଟଙ୍କା ଖର୍ଚ୍ଚ ହେବ ।


