ଗଣପର୍ବ ଓନମ ପାଇଁ ଉତ୍ସବମୁଖର ଦକ୍ଷିଣ ଭାରତ । ମୁଖ୍ୟତଃ କେରଳରେ ବେଶ ଧୁମଧାମରେ ପାଳିତ ହେଉଛି ଏହି ପର୍ବ । ଆଜିଠୁ ଆରମ୍ଭ ହୋଇଛି ଏହି ୧୦ ଦିନିଆ ମହାପର୍ବ । ଓନମ ପାଇଁ ବିଭିନ୍ନ କଲେଜ, ୟୁନିଭରସିଟିରେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପାରମ୍ପରିକ ନାଚ ଗୀତରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଛନ୍ତି । କେରଳ ସମେତ ଆନ୍ଧ୍ରପେଦଶ, ତେଲେଙ୍ଗାନାରେ ବି ବେଶ ଧୁମଧାମରେ ପାଳିତ ହେଉଚି ଓନମ ଉତ୍ସବ ।

