ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛିା ଆସନ୍ତାକାଲିଠୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ପ୍ରବଳ ତାତିକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ସ୍କୁଲ ଗୁଡ଼ିକୁ ଛୁଟି କରିବାକୁ ନିର୍ଦ୍ଦେଶ କରିବାକୁ ଦେଇଛନ୍ତି। ପୂର୍ବ କ୍ୟାଲେଣ୍ଡର ଅନୁସାରେ ଜୁନ୍ ୧୬ପର୍ଯ୍ୟନ୍ତ ସ୍କୁଲ୍ ଛୁଟି ରହିବ।
ସ୍କୁଲ ଖୋଲିବା ନେଇ ଯଦି କିଛି ପରିବର୍ତ୍ତନ ଆବଶ୍ୟକ ପଡ଼େ ନିଷ୍ପତ୍ତି ହେବ। ବର୍ତ୍ତମାନର ନିଷ୍ପତ୍ତି ଅନୁସାରେ ଜୁନ୍ ୧୬ ଯାଏ ସ୍କୁଲ ବନ୍ଦ ରହିବ।
ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଖରା ଛୁଟି ଘୋଷଣା ହୋଇଛି। ଏବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର କରିଛିା ତେଣୁ ପୂର୍ବରୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି।

