ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ବିବାଦୀୟ ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ହୋଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲାକୁ ବଦଳି କରାଯାଇଛି ।
ବୁଧବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।ବ୍ଲକରେ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ଦେବା, ବିଧାୟକ ଫଣ୍ଡକୁ ବ୍ଲକରେ କାର୍ଯ୍ୟକାରୀ ନ କରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ନାମରେ ଥିଲା।
ସେହିପରି କିଛି ଦିନ ତଳେ ବିଡ଼ିଓଙ୍କୁ ତାଙ୍କ ବାପା ଓ ଭାଇ ସରକାରୀ କ୍ୱାର୍ଟର୍ସରେ ପଶି ମାଡ଼ ମାରିଥିବା ବିଡ଼ିଓ ପଲ୍ଲବୀ ରାଣୀ ରାଜ ଅଭିଯୋଗ କରିଥିଲେ।
ବିଡ଼ିଓଙ୍କ ଅଭିଯୋଗ ଆଧାରରେ ତାଙ୍କୁ ବାପାଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିଲା। ସେବେଠାରୁ ବିଡିଓ ପଲ୍ଲବୀ ରାଣୀ ଆହୁରି ବିବାଦ ଭିତରେ ଛନ୍ଦି ହୋଇପଡ଼ିଥିଲେ।ତେଣୁ ଏହି ପଦକ୍ଷପ ନିଆଯାଇଛି ବିଡିଓ ପଲ୍ଲବୀ ରାଣୀଙ୍କୁ କୋଇଡା ରୁ ସମ୍ବଲପୁରକୁ ବଦଳି ପରେ ସ୍ଥାନୀୟ ତହସିଲଦାରଙ୍କୁ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଭାବରେ ନିୟୋଜିତ କରାଯାଇଛି ।

