ମହାରାଷ୍ଟ୍ର ନେତା ତଥା ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଶରଦ ପାୱାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମହାରାଷ୍ଟ୍ରରେ ସିନ୍ଧେ ଗୋଷ୍ଠୀକୁ ବାଦ୍ ଦେଇ ଏନସିପି ସହ ମିଶି ବିଜେପି ସରକାର ଗଠନ କରିପାରେ ବୋଲି ଚର୍ଚ୍ଚା ହେଉଥିଲା ।
ପୂର୍ବରୁ କୁହାଯାଉଥିଲା ଯେ, ଦଳର ନେତା ଅଜିତ୍ ପାୱାର କିଛି ଏନସିପି ବିଧାୟକଙ୍କୁ ନେଇ ବିଜେପି ସହ ମିଶିପାରନ୍ତି ।
ଗୋଟିଏ ପଟେ ଅଜିତ୍ ପାୱାର ଏନସିପିର ନୂଆ ଅଧ୍ୟକ୍ଷ ହେବା ନେଇ ରେସରେ ଥିବାବେଳେ, ସୁପ୍ରିୟା ସୁଲେ ମଧ୍ୟ ଏନସିପି ଅଧ୍ୟକ୍ଷ ପଦ ପାଇଁ ରେସରେ ଥିବା ଜଣାପଡିଛି ।
ଅନ୍ୟପଟେ ଶରଦଙ୍କ ପରେ କିଏ ଦଳର ନେତୃତ୍ୱ ନେବ? କିଏ ଦଳର ଅଧ୍ୟକ୍ଷ ହେବ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।

