ସୁପର ସନଡେରେ ସୁପର ଶୋ’ , ଆଇପିଏଲରେ ଜଶସ୍ବୀ ଜୟସଓ୍ବାଲ୍ ଜଲଓ୍ବା

ରବିବାର ମୁମ୍ବାଇ ବିରୋଧରେ ଓ୍ବାନଖଡେରେ ଚତ୍ମକାର ପାଳି ଖେଳିଛନ୍ତି ଜଶସ୍ବୀ ଜୟସଓ୍ବାଲ୍ । ଜବରଦସ୍ତ ଫର୍ମରେ ଥିବା ଜୟସ୍ବାଲ ୨୦୦ ଷ୍ଟ୍ରାଇକ ରେଟରେ ୬୨ ବଲରୁ ୧୨୪ରନ ଶତକୀୟ ପାଳି ଖେଳିଛନ୍ତି । ପଡିଆରେ ଚୌକା- ଛକାର ବର୍ଷା କରିଥିଲେ । 16ଟି ଚୌକା 8 ଛକା ମାଧ୍ୟମରେ ଦର୍ଶନିୟ ଇନିଂସ ଖେଳିଥିଲେ । ସବୁଠାରୁ ବଡ କଥା ହେଲା, ପ୍ରଥମ ଅନକ୍ୟାପ୍ ଭାରତୀୟ ଖେଳାଳି ଭବେ ଶତକ ମାରି ରେକର୍ଡ କରିଛନ୍ତି ।
କିନ୍ତୁ ଜାଣିଛନ୍ତି କି ଜୟସ୍ବାଲଙ୍କ ପିଲାଦିନ ବିଷୟରେ । ତାଙ୍କର ପିଲାଦିନ ବହୁତ ସଂଘର୍ଷପୂର୍ଣ୍ଣ ରହିଥିଲା । ଦିନ ଥିଲା ଓ୍ବାଖଡେ ଷ୍ଟାଡିୟମ ପାଖରେ ଖୋଲା ଆକାଶ ତଳେ ବାପାଙ୍କ ସହିତ ବିକୁଥିଲେ ଗୁପଚୁପ୍ । ମଇଦାନରୁ ଫ୍ୟାନ୍ସଙ୍କ ଆବାଜ ଶୁଣି ଖୁସି ହେଉଥିଲେ । ଆଉ ଥରେ ମାତ୍ର ଷ୍ଟାଡିୟମ ଭିତରକୁ ଯିବାର ସ୍ୱପ୍ନ ଦେଖୁଥିଲେ ଏହି ବାମହାତୀ ବ୍ୟାଟର । କିନ୍ତୁ ଏବେ ସେହି ଓ୍ବାଖଡେ ଷ୍ଟାଡିୟମରେ ଲଗାଇଛନ୍ତି କି ଶତକ । ୱାନଙ୍ଖଡେରେ ଶତକ ମାରିବା ପରେ ବେଶ୍ ଭାବପ୍ରବଣ ହୋଇଯାଇଥିଲେ ।
ଉତ୍ତରପ୍ରଦେଶର ଭଦୋହିର ବାସିନ୍ଦା ଜୟସୱାଲ । କିନ୍ତୁ କ୍ରିକେଟ୍ ଖେଳିବାକୁ ଚାଲି ଆସିଥିଲେ ମୁମ୍ବାଇ । ଏମିତି ଏକ ସମୟ ଥିଲା ଯେତେବେଳେ ଜୟସ୍ବାଲଙ୍କ ପାଇଁ ଦିନକୁ ଦୁଇଥର ଖାଇବା ଥିଲା କଷ୍ଟ । କିନ୍ତୁ ଆଜି ସେ କୋଟି ଟଙ୍କା ରୋଜଗାର କରୁଛନ୍ତି ଏବଂ କ୍ରିକେଟ୍ ଜଗତରେ ନିଜ ପାଇଁ ଏକ ଖ୍ୟାତି ଅର୍ଜନ କରୁଛନ୍ତି । ସଂଘର୍ଷରେ ଦିନ କାଟୁଥିବା ଜୟଶ୍ବାଲ ଏବେ ଲଗଜୁରି ଲାଇଫ୍ ମେଣ୍ଟେନ୍ କରୁଛନ୍ତି । ଯଦି ତାଙ୍କ ନେଟଓ୍ବର୍ଥ ବିଷୟରେ କହିବା ୨୦୨୨ପର୍ଯ୍ୟନ୍ତ ଏହା ପ୍ରାୟ ୧୦ କୋଟି ୭୩ ଲକ୍ଷ ରହିଛି । ଜୟସ୍ବାଲଙ୍କ ଏକମାତ୍ର ଆୟର ଉତ୍ସ ହେଉଛି କ୍ରିକେଟ୍ । ଏହି ଯୁବ ତାରକା ୨୦୨୦ ଅଣ୍ଡର -19 ବିଶ୍ୱକପରେ ପ୍ରତିନିଧିତ୍ୱ କରିଥିଲେ । ଏହି ଦଳ ଫାଇନାଲରେ ପହଞ୍ଚିବା ପରେ ବିଫଳ ହୋଇଥିଲା । କିନ୍ତୁ ଏଠାରୁ ହିଁ ଜୟସ୍ବାଲଙ୍କ ବଦଳିଯାଇଥିଲା ଭାଗ୍ୟ ।
ବିଶ୍ୱକପ ପରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୨ କୋଟି ୪୦ ଲକ୍ଷରେ କିଣିଥିଲା । ଏହାପରେ ରାଜସ୍ଥାନ ତାଙ୍କ ଦରମା ବଢାଇଥିଲା । ଆଉ ୨୦୨୨ରେ ୪କୋଟି ଟଙ୍କା ଦେଇ ରିଟେନ କରିଥିଲା । ତେବେ ୨୦୨୦ରୁ ଶେଷ ସିଜିନ ଯାଏଁ ଜୟସ୍ବାଲ୍ ଆଇପିଏଲରୁ ମୋଟ ୮ କୋଟି ୮୦ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ତେବେ ଚଳିତ ସିଜିନରେ ଜୟସ୍ବାଲଙ୍କୁ ୪ କୋଟିରେ କିଣିଛି ଫ୍ରାଞ୍ଚାଇଜ୍ । ଏହାବ୍ୟତୀତ ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଖେଳନ୍ତି ଜୟସ୍ବାଲ୍ । ସେ ଏପର୍ଯ୍ୟନ୍ତ ଘରୋଇ କ୍ରିକେଟରେ ମୋଟ ୧୪ଟି ମ୍ୟାଚ୍ ଖେଳିଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!