ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଛି ଘୂର୍ଣ୍ଣିବଳୟ। ଆସନ୍ତା କାଲି ଲଘୁଚାପର ରୂପ ନେବ। ଏହା ୯ ତାରିଖ ପରେ ବାତ୍ୟାର ରୂପ ନେବ।

ସମ୍ଭାବ୍ୟ ବାତ୍ୟା ଉତ୍ତର-ପୂର୍ବ ଦିଗରେ ଗତି କରିବ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ୧୩ କିମ୍ବା ୧୪ରେ ମିଆଁମାର ଉପକୂଳ ଛୁଇଁପାରେ ବୋଲି ସେ କହିଛନ୍ତି।

ଅବପାତଟି ଘନୀଭୂତ ହେବା ସହ ବାତ୍ୟାର ରୂପ ନେବ ଓ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି।

ତେବେ ସୃଷ୍ଟି ହୋଇଥିବା ସିଷ୍ଟମ ଉପରେ ପାଣିପାଗ ବିଭାଗ ନିୟମିତ ନଜର ରଖିଥିବା ବେଳେ ବାତ୍ୟାର ତୀବ୍ରତା, ଗତିପଥ ଓ ଏହା କେଉଁ ଦିଗ ଦେଇ ଗତି କରିବ ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ କହିହେବ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Post Views68 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!