ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ବାରିପଦା ଟାଉନ୍ ଥାନା ଏଏସଆଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏଏସଆଇ ଜଣକ ହେଲେ ରାମ ଚନ୍ଦ୍ର ସୋରେନ୍ l ଏକ ମାମଲାରୁ ଜଣଙ୍କ ନାମ କାଟିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି।

ସୂଚନା ଅନୁଯାୟୀ, ବାରିପଦାର ଶୁଭ୍ରାଂଶୁ ଶେଖର ଦତ୍ତଙ୍କ ଏକ ପାରିବାରକ କଳହ ମାମଲା ବହୁ ଦିନ ହେବ ଥାନାରେ ପଡ଼ିରହିଥିଲା।ତଦନ୍ତକାରୀ ଅଫିସର (ଆଇଓ)ଭାବେ ରାମଚନ୍ଦ୍ର ସୋରେନ ଏହାର ତଦନ୍ତ କରୁଥିଲେ। ଏହି ମାମଲାରୁ ଶ୍ରୀ ଦତ୍ତଙ୍କ ନାମ କାଟିବା ପାଇଁ ଏଏସଆଇ ଶ୍ରୀ ସୋରେନ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସ ବିଭାଗରେ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ଶନିବାର ବାରିପଦା ଟାଉନ ଥାନା ପରିସରରେ ରାମଚନ୍ଦ୍ର ୬ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ବାରିପଦା ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ତାଙ୍କ ଠାରୁ ରାସାୟନିକ ମିଶ୍ରିତ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!