ନବୀନଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତର ଆଜି ତୃତୀୟ ଦିନ ।ଦିଲ୍ଲୀରେ ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗ ଉଠାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ସ୍ବାର୍ଥ ଦାବି ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ବିଶେଷକରି ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି ନବୀନ।
ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ସହିତ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ରହିଛି । କେନ୍ଦ୍ରମନ୍ତ୍ରୀଙ୍କୁ ବେଟି ଓଡ଼ିଶାର ଦାବି ଉପସ୍ଥାପନ କରିବେ ନବୀନ ।
୨୦୨୨ ସେପ୍ଟେମ୍ବରରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସାଇଟ୍ କ୍ଲିୟରାନ୍ସ ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି । ଭୁବନେଶ୍ବର ବିମାନବନ୍ଦରରେ ଧୀରେ ଧୀରେ ଏୟାର ଟ୍ରାଫିକ ବୃଦ୍ଧି ପାଉଥିବାରୁ ପୁରୀ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ପଡ଼ି ରହିଥିବା ପ୍ରସ୍ତାବକୁ ତୁରନ୍ତ ମଂଜୁର କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

