ହତାଶରେ ହରାଇଥିଲେ ସାହାସ, ଧଓ୍ବନଙ୍କ ଚେତାବନୀରେ ବଦଳିଗଲା ଭାଗ୍ୟ

ରୋମାଞ୍ଚକର ସ୍ଥିତିରେ ପ୍ରିମିୟର ଲିଗ୍ । ବିଶ୍ବର ସବୁଠାରୁ ବଡ଼ ପ୍ରିମିୟର ଲିଗ୍ ଆଇପିଏଲରେ ମ୍ୟାଚ ସଂଖ୍ୟା ବଢିବା ସାଙ୍ଗକୁ ଟିମମାନଙ୍କର ଚତ୍ମକାର ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳୁଛି । ପ୍ରାରମ୍ଭରୁ ଧିମା ଦେଖୁଥିବା ଟିମ୍ ଏବେ ଫ୍ଲେ-ଅପ୍ ଦୌଡ଼ ଲଗାଇଛନ୍ତି । ସୁପର ଶନିବାର ଚତ୍ମକାର ପ୍ରଦର୍ଶନ କରିଛି ପଞ୍ଜାବ କିଙ୍ଗସ୍ । ଯୁବ ତାରକା ପ୍ରଭସିମରନଙ୍କ ଲଢୁଆ ଶତକ ଓ ହରପ୍ରୀତ୍ ବାରର୍ଙ୍କ ଘାତକ ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ମୁହଁରୁ ମ୍ୟାଚକୁ ଛଡ଼ାଇ ଆଣିଛି ପଞ୍ଜାବ । ୧୨ଟି ମ୍ୟାଚରୁ ୬ଟି ଜିତି ଏବେବି ପ୍ଲେ ଅଫ୍ ଆଶାକୁ ଉଦ୍ଜୀବିତ କରିଛି ।
ପଞ୍ଜାବର ମଉଳି ଯାଉଥିବା ପ୍ଲେ-ଅଫ ଆଶାରେ ସଞ୍ଜୀବନୀ ଭରିଛନ୍ତି ଓପନର ପ୍ରଭସିମରନ୍ । ଆଇପିଏଲରେ ପ୍ରଥମ ଶତକ ମାରିଛନ୍ତି ପଞ୍ଜାବର ଏହି ଯୁବ ତାରକା । ଦିଲ୍ଲୀ ବିପକ୍ଷରେ ୧୦୩ ରନର ପାଳି ଖେଳିଥିଲେ । ଆଇପିଏଲ୍ ଇତିହାସରେ ଏହା ହେଉଛି ତାଙ୍କର ପ୍ରଥମ ଏବଂ ଟି-୨୦ କ୍ୟାରିୟରରେ ଦ୍ୱିତୀୟ ଶତକ । ୨୨ ବର୍ଷିୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପ୍ରଭାସିମରନ୍ ସୁଯୋଗକୁ ସଦୁପଯୋଗ କରୁଛନ୍ତି । ୨୦୧୯ରେ ଆଇପିଏଲରେ ଏଣ୍ଟ୍ରି ମାରିଥିଲେ ମଧ୍ୟ ଚାନ୍ସ ମିଳୁନଥିବାରୁ ପ୍ରତିଭାକୁ ପ୍ରସ୍ଫୁଟିତ କରିପାରୁ ନଥିଲେ ।
୨୦୧୯ରେ ଗୋଟିଏ, ୨୦୨୦ ଓ ୨୦୨୨ରେ ମାତ୍ର ୨ଟି ଲେଖାଏଁ ମ୍ୟାଚ ଖେଳିବାକୁ ସୁଯୋଗ ମିଳିଥିଲା । କିନ୍ତୁ ଚଳିତ ସିଜନରେ ସୁଯୋଗ ମିଳିଥିବାରୁ ହାତଛଡା ନକରି ପଡ଼ିଆରେ ଚୌକା-ଛକାର ଦେଖାଇଛନ୍ତି ଜଲଓ୍ବା । ପ୍ରଭାସିମରନ୍ ଚଳିତ ସିଜିନର ୧୨ଟି ମ୍ୟାଚରୁ ୧୫୪ ଷ୍ଟ୍ରାଇକ୍ ରେଟ୍ ୩୩୪ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଦଶତକ ମାରିଛନ୍ତି । କ୍ୟାପଟେନ ଶିଖର ଧବନଙ୍କ ଆଶ୍ବସନା ଆତ୍ମବିଶ୍ବାସ ବଢ଼ାଇଛି ଏବଂ ଆଗକୁ ଚତ୍ମକାର ପ୍ରଦର୍ଶନ ଦେଖାଇବେ ବୋଲି କହିଛନ୍ତି ଏହି ପ୍ରତିଭାଶାଳୀ ଯୁବ ତାରକା ।
ପଞ୍ଜାବ କିଙ୍ଗସ୍ ୨୦୦୮ରୁ ଏଯାଏଁ ଆଇପିଏଲ ଟାଇଟଲ ହାତେଇ ନାହିଁ। ଆଇପିଏଲ୍ ୨୦୨୩ରେ ଦଳର ଅଧିନାୟିକତ୍ବ କରୁଛନ୍ତି ଶିଖର ଧଓ୍ବନ । ଟିମ୍ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୨ ଟି ମ୍ୟାଚ ମଧ୍ୟରୁ ୬ଟି ଜିତି ୧୨ ଅଙ୍କ ସହିତ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଶନିବାର ମ୍ୟାଚ ଜିତିବା ପରେ ପ୍ଲେ-ଅଫ୍ ଆଶା ଏବେବି ରହିଛି ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!