ଏଥର ଓ୍ବାଟସାପ ଆଣିଛି ନୂଆ ଫିଚର୍ । ଖୁବଶୀଘ୍ର ଓ୍ବାଟସାପରେ ପଠାଯାଇଥିବା ମେସେଜକୁ ଏଡିଟ କରାଯାଇପାରିବ । ଆଇଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ଥିବା ଆଇମେସେଜ୍ ସୁବିଧା ଭଳି ହ୍ବାଟସ୍ଆପ୍ରେ ମଧ୍ୟ ମେସେଜ୍କୁ ଏଡିଟ୍ କରିବା ସୁବିଧା ମିଳିବ। ଆଇମେସେଜ୍ରେ ଏଡିଟ୍ ସୁବିଧା ଆରମ୍ଭ ହେବା ପରେ ହ୍ବାଟସ୍ଆପ୍ ଉପରେ ଚାପ ରହିଥିଲା। ତେବେ ହ୍ବାଟସ୍ଆପ୍ ପକ୍ଷରୁ ଆଣ୍ଡ୍ରଏଡ୍ର ବିଟା ଭର୍ସନରେ ଏଡିଟ୍ ସୁବିଧାର ପରୀକ୍ଷଣ ଆରମ୍ଭ କରାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ବ୍ୟବହାରକାରୀମାନଙ୍କୁ ଏହି ସୁବିଧା ମିଳିବ ବୋଲି ଅନୁମାନ କରାଯାଉଛି। ତେବେ ପଠାଯାଇଥିବା ମେସେଜ୍କୁ ଏଡିଟ୍ କରିବା ସୁବିଧା କେବଳ ସ୍ବଳ୍ପ କିଛି ସମୟ ୧୫ ମିନିଟ୍ପାଇଁ ମିଳିବ।

