ଆଉ ଚଳିବନି ୨୦୦୦ ଟଙ୍କିଆ ନୋଟ୍ । ନୋଟକୁ ବଜାରରୁ ଫେରାଇ ନେବାକୁ ଘୋଷଣା କରିଛି ଆରବିଆଇ । ଆସନ୍ତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ବୈଧ ରହିବ । ଏହି ୪ ମାସ ଭିତରେ ନିଜ ପାଖରେ ଥିବା ଦୁଇ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରୁ ଅଦଳ ବଦଳ କରିପାରିବେ ଲୋକେ । ଜଣେ ଏକାଥରକେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଅଦଳବଦଳ କରିପାରିବେ। ତେବେ ସେପ୍ଟେମ୍ବର ୩୦ ପରେ ମଧ୍ୟ ବୈଧ ରହିବ ବୋଲି ଆରବିଆଇ ସୂତ୍ରରୁ ପ୍ରକାଶ ପାଇଛି । ୨୦୧୬ରେ କଳାଧନ ଉପରେ ରୋକ ଲଗାଇବାକୁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ହୋଇଥିବା ବେଳେ ଏବେ ପୁଣି ଏହି ଟଙ୍କାକୁ ବନ୍ଦ କରିବା ନେଇ ପ୍ରଶ୍ନ ଉଠିଛି ।
Related Posts
୭ ଦିନ ଭିତରେ ପ୍ରମାଣ ଦିଅ: ଇସିଆଇ
ଭୋଟ୍ ଚୋରି’ ଅପଶବ୍ଦର ବ୍ୟବହାର ସମ୍ବିଧାନ ପ୍ରତି ଅପମାନ । ରାହୁଲଙ୍କ ଅଭିଯୋଗକୁ ନିର୍ବାଚନ କମିଶନଙ୍କ କଡ଼ା କାଉଣ୍ଟର୍ ।…
ଲ୍ୟାଣ୍ଡ ଫର ଜବ୍ ସ୍କାମ ମାମଲାରେ ଯାଦବ ପରିବାରକୁ ଆଶ୍ୱସ୍ତି
ଚାକିରି ପାଇଁ ଦୁର୍ନୀତି ମାମଲାରେ ଯାଦବ ପରିବାରକୁ ବଡ ଆଶ୍ୱସ୍ତି । ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର…
୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଓଡ଼ିଶା, ବିହାର…

