୨ ଗୋଡ ଗୋଟେ ହାତ ନାହିଁ, UPSC କ୍ରାକ୍‌ କଲେ ଯୁବକ

ସଂକଳ୍ପ, ଶୃଙ୍ଖଳା ଏବଂ ପରିଶ୍ରମ ଏହି ତିନୋଟି ଯେତେବେଳେ ଏକାଠି ହୁଅନ୍ତି ସଫଳତା ପାଇବାକୁ ବିଳମ୍ବ ହୁଏନି। ଅବିରତ ଚେଷ୍ଟା ହିଁ ନିଜ ସ୍ବପ୍ନକୁ ଦିଅ ବାସ୍ତବତାର ରୂପ। ପ୍ରତିକୂଳ ପରିସ୍ଥିତିରେ ସାହସ ଏବଂ ଆତ୍ମବିଶ୍ୱାସକୁ ସାଥୀ କରି ଚାଲିଲେ ସଫଳତାର ରାସ୍ତା ହୋଇଯାଏ ସହଜ। ଯାହାର ଏକ ଜ୍ବଳନ୍ତ ଉହାହରଣ ହେଉଛନ୍ତି, ସୂରଜ ତିୱାରୀ। ଦିବ୍ୟାଙ୍ଗ ସୂରଜଙ୍କ ପରିଚୟ ଏବେ ଭିନ୍ନ। ଅକ୍ଷମତା ତାଙ୍କ ଆଗରେ ଅକ୍ଷମ। ଦୁଇ ଗୋଡ ଗୋଟେ ହାତ ନଥାଇ ସେ କରିଛନ୍ତି ୟୁପିଏସ୍‌ସି କ୍ରାକ୍। ସିଭିଲ୍ ସର୍ଭିସ୍ ପରୀକ୍ଷାରେ ତାଙ୍କର ରାଙ୍କ ୯୧୭। ଆସପାରାଣ୍ଟରୁ ଏବେ ସେ ଅଫିସର।

ତେବେ ସୂରଜ ଚଳିତ ଥର କୃତକାର୍ଯ୍ୟ ହୋଇଥିବା ଶିକ୍ଷାର୍ଥୀଙ୍କ ମଧ୍ୟରୁ ଭିନ୍ନ। ଦୁଇ ଗୋଡ ଗୋଟେ ହାତ ନାହିଁ, ବଳକା ଏକ ହାତରେ ଅଛି ମାତ୍ର ୩ଟି ଆଙ୍ଗୁଠି। ତଥାପି ସେ ସବୁଠୁ କଠିନ ପରୀକ୍ଷା ସିଭିଲ୍‌ ସର୍ଭିସ୍ରେ ଉତ୍ତିର୍ଣ୍ଣ ହୋଇଛନ୍ତି। ଏଥିପାଇଁ ସୁରଜ ୧୮ ରୁ ୨୦ ଘଣ୍ଟା ଅଧ୍ୟୟନ କରୁଥିଲେ। ବିନା କୌଣସି କୋଚିଂରେ ତାଙ୍କୁ ଏହି କୃତିତ୍ବ ମିଳିଛି। ସୁରଜଙ୍କ ଜନ୍ମ ଏକ ମଧ୍ୟବିତ୍ତ ପରିବାରରେ ହୋଇଛି। ବାପା ରାଜେଶ ତିୱାରୀ ଜଣେ ଟେଲର ଏବଂ କୁରାଭଲିରେ ତାଙ୍କର ଏକ ଛୋଟ ଟେଲରିଂ ଦୋକାନ ଅଛି। ଏଥିରୁ ଯାହା ରୋଜଗାର ସେଥିରେ ଚଳେ ପରିବାର। ୨୦୧୭ ରେ ଟ୍ରେନ୍ ଦୁର୍ଘଟଣାରେ ସୁରଜଙ୍କ ଦୁଇ ଗୋଡ ଏବଂ ଗୋଟିଏ ବାହୁ ହରାଇଥିଲେ। ସୁରଜଙ୍କ ଚିକିତ୍ସା ୪ ମାସ ପର୍ଯ୍ୟନ୍ତ ଚାଲିଥିଲା। ଘରର ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଲା ଏବଂ କିଛି ଦିନ ପରେ ସୁରଜଙ୍କ ଜଣେ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁରା ପରିବାର ଦୁଃଖିତ ହୋଇଥିଲେ ମଧ୍ୟ ସୁରଜ ସାହସ ହରାଇ ନଥିଲେ। ସେ ଅଧିକ ପଢିବାକୁ ଚାହୁଁଥିଲେ କାରଣ ସେ ଜାଣିଥିଲେ ଶିକ୍ଷା ଦ୍ବାରା ହିଁ କିଛି ପରିବର୍ତ୍ତନ ଅଣାଯାଇପାରିବ।

ଏହାପରେ ଜବାହାରଲାଲ୍‌ ୟୁନିଭରସିଟିରୁ MA କରିବା ପରେ ସେ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ପ୍ରଥମ ପ୍ରାୟସରେ ସେ ମେନ୍‌ସ କ୍ଲିୟର କରିବା ପରେ ସାକ୍ଷାତକାର ରାଉଣ୍ଡରେ କଟିଗଲେ। ଚଳିତ ଥର ଦ୍ବିତୀୟ ପ୍ରୟାସରେ ସେ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଡାହାଣ ହାତ ହରାଇଥିବା ସୂରଜଙ୍କ ପାଇଁ ପରୀକ୍ଷା ଖାତାରେ କିଏ ଲେଖିଲେ ତାର କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ହାତ ହରାଇ ଏଭଳି ଏକ କଠିନତନ ପରୀକ୍ଷାରେ କୃତକାର୍ଯ୍ୟ ହେବା ଅନେକକଙ୍କ ପାଇଁ ଏକ ପ୍ରେରଣା। ସୁରଜଙ୍କର ଏହି ସଫଳତାରେ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଟ୍ବିଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!