ଦୂର ହେଲା ଚାଷୀଙ୍କ ଦୁଃଖ, ଆସୁଛି ସାର ଜାହାଜ

ସାର ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ବୋଝେଇ ୧୫ଟି ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍‌ ଜଳସନ୍ଧି ପାର କରିସାରିଛି । କୃଷକଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ଦେଶରେ ସାରର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେଇଥିବା ମନ୍ତ୍ରଣାଳୟ କହିଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ୧୫ଟି ଜାହାଜ ମଧ୍ୟରୁ ୮ଟି ଜାହାଜରେ ୩.୩୨ ଲକ୍ଷ ମେଟ୍ରିକ୍ ଟନ୍ (LMT) ୟୁରିଆ, ୪ଟି ଜାହାଜରେ ୨.୫୭ ଲକ୍ଷ ମେଟ୍ରିକ୍ ଟନ୍ ଡାଇଅମୋନିୟମ୍ ଫସଫେଟ୍ (ଡିଏପି) ଏବଂ ୩ଟି ଜାହାଜରେ ୧.୧୧ ଲକ୍ଷ ମେଟ୍ରିକ୍ ଟନ୍ ସଲଫର ରହିଛି । ଏହି ସମସ୍ତ ଜାହାଜ ଭାରତ ଅଭିମୁଖେ ଆସୁଛି । ଏହାସହ ଆଉ ୫ଟି ଜାହାଜ ଭାରତ ପାଇଁ ଖୁବଶୀଘ୍ର ଯାତ୍ରା ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବୈଶ୍ୱିକ ସପ୍ଲାଇ ଚେନ୍‌କୁ ଗୁରୁତର ଭାବେ ପ୍ରଭାବିତ କରିଛି । ଫଳରେ ସାରର ଦର ବୃଦ୍ଧି ପାଇବା ସହ ଜାହାଜ ମାଧ୍ୟମରେ ସାମଗ୍ରୀ ପରିବହନରେ ମଧ୍ୟ ଅଧିକ ସମୟ ଲାଗୁଛି । ସେ କହିଛନ୍ତି, ବିଦେଶରେ ଥିବା ଭାରତୀୟ ମିଶନଗୁଡ଼ିକ ସମ୍ଭାବ୍ୟ ବୈଶ୍ୱିକ ଉତ୍ପାଦକ ଓ ଯୋଗାଣକାରୀଙ୍କ ସହ ସଂପର୍କ ସ୍ଥାପନରେ ସାର ବିଭାଗକୁ ସକ୍ରିୟ ସହଯୋଗ କରିଛନ୍ତି ।

Post Views60 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!