ଆଇଆଇସି ବିୟୁଟି ମହାନ୍ତିଙ୍କ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ

ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ରହସ୍ୟ ଖୋଲିବ ପୋଷ୍ଟମୋର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ତାଙ୍କର ଜୀବନ ଯାଇଛି ବୋଲି ସ୍ପଷ୍ଟ ହୋଇଛି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ । ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ ବୋଲି କହିଛନ୍ତି ଡିସିପି । ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ପରିବାର, ଥାନାରେ ଥିବା କର୍ମଚାରୀ ଓ ପରିଚିତ ଲୋକଙ୍କୁ ପଚରାଉଚୁରା କରାଯାଉଛି । କଟକ ଚଉଳିଆଗଞ୍ଜ ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଓଡ଼ିଶା ପୋଲିସ ବିଭାଗ ସମେତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗତ ଜୁଲାଇ ୪ ତାରିଖରେ ଥାନା ପରିସରରେ ଥିବା ସରକାରୀ ବାସଭବନର ଶୌଚାଳୟରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ସମ୍ବେଦନଶୀଳ ମାମଲାରେ ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପାଇଁ ଏବେ ପୋଷ୍ଟମର୍ଟମ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି । ପୋଲିସ ପ୍ରାଥମିକ ସ୍ତରରେ ଏହାକୁ ମାନସିକ ଚାପ କିମ୍ବା ବ୍ୟକ୍ତିଗତ କାରଣରୁ ଜୀବନ ହାରିଥିବା ସନ୍ଦେହ କରୁଥିବା ବେଳେ, ବ୍ୟୁଟିଙ୍କ ପରିବାର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!