ନୂଆ ସଂସଦରେ ବାଚସ୍ପତିଙ୍କ ଚେୟାର ନିକଟରେ ରହିବ ‘ସେଙ୍ଗୋଲ୍’

ନୂଆ ସଂସଦରେ ବାଚସ୍ପତିଙ୍କ ଚେୟାର ନିକଟରେ ରହିବ ‘ସେଙ୍ଗୋଲ୍’ । ଯାହାକି ଦେଶର ଇତିହାସର ପ୍ରତୀକ। ନୂଆ ସଂସଦରେ ଏହାକୁ ସ୍ଥାପନ କରାଯିବ। ଏହାକୁ ଦେଶର ସାର୍ବଭୌମତ୍ୟର ପ୍ରତୀକ ହେବ। ରାଜଦଣ୍ଡ ଭାରତୀୟ ସମ୍ରାଟର ଶକ୍ତି ଓ ଅଧିକାରର ପ୍ରତୀକ। ଏହାକୁ ସଂସଦରେ ସ୍ଥାୟୀ ଭାବେ ପ୍ରତିଷ୍ଠା କରାଯିବ। ଏହାର ଇତିହାସ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁଙ୍କ ସହ ଯୋଡ଼ି ହୋଇ ରହିଛି । ଏହାର ତାମିଲନାଡୁ ସହିତ ମଧ୍ୟ ସ୍ବତନ୍ତ୍ର ସଂପର୍କ ରହିଛି। ଏହା ସୁନା ଓ ରୂପାରେ ନିର୍ମାଣ ହୋଇଛି। ଏହାକୁ ଅତି ମୂଲ୍ୟବାନ ଧାତୁରେ ସଜାଯାଇଛି। ‘ସେଙ୍ଗୋଲ’ କେତେକ ସ୍ବତନ୍ତ୍ର କ୍ଷେତ୍ରରେ ସମ୍ରାଟ ମାନଙ୍କ ଦ୍ବାରା ବ୍ୟବାହାର କରାଯାଉଥିଲା। ‘ସେଙ୍ଗୋଲ’କୁ କ୍ଷମତାର ହସ୍ତାନ୍ତର ପ୍ରତୀକ ଭାବେ ମଧ୍ୟ ଦର୍ଶାଯାଇଥାଏ। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସଂସଦରେ ଯେଉଁ ସେଙ୍ଗୋଲ ସ୍ଥାପନ କରାଯିବ ତାର ଶୀର୍ଷରେ ନନ୍ଦୀ ରହିଛି ।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!