ଟ୍ରେନ୍ ଦୁର୍ଘଟଣା ପାଇଁ ସହାୟତା ରାଶି ଘୋଷଣା ତାମିଲନାଡୁ ସରକାର

ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଭିଡିଓ କନଫରେନ୍ସିଙ୍ଗରେ ଆଲୋଚନା କରି ସ୍ଥିତି ବାବଦରେ ତଥ୍ୟ ନେଇଥିଲେ ଏବଂ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଥିଲେ ।ଏହାସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ମଧ୍ୟ ରେଳ ଦୁର୍ଘଟଣାରେ ମୃତାହତ ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ, ଆହତ ଲୋକଙ୍କ ଉଦ୍ଧାର ଓ ଚିକିତ୍ସା ପାଇଁ ସବୁପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!