ପତ୍ରକାର ପୋହା ୱାଲା’, ଚାକିରି ହରାଇବା ପରେ ଖୋଲିଲେ ଷ୍ଟଲ୍

ଦିନେ ବଡ ଚ୍ୟାନେଲ୍ରେ କାମ କରୁଥିଲେ। ପ୍ରତି ଦିନ ବିଗ୍ ବ୍ରେକିଂ ଛାଡୁଥିଲେ ଏବଂ ଅନେକ ଗୁରୁତ୍ବପୂର୍ଣ୍ଣ ଖବର ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ଆଜି ଫିଲ୍ମ ସିଟିରେ ତାଙ୍କର ଏକ ଛୋଟିଆ ଦୋକାନ। ପତ୍ରକାର ପୋହା ବାଲା ନାଁରେ ରହିଛି। ଚାକିରି ହରାଇବା ପରେ ଜଣେ ସାମ୍ବାଦିକ ଏହି ପୋହା ଷ୍ଟଲ ଖୋଲିଛନ୍ତି। ସାମ୍ବାଦିକ ଜଣଙ୍କ ହେଲେ ଦଦନ ବିଶ୍ୱକର୍ମା। ଯାହାଙ୍କ କାହାଣୀ ସାଉଁଟିଛି ଚର୍ଚ୍ଚା।
ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା ଦଦନ। ଇନ୍ଦୋରରେ ଲୋକପ୍ରିୟ ଥିବା ପୋହାର ସ୍ବାଦକୁ ସେ ମୁମ୍ବାଇରେ ପହଞ୍ଚାଇଛନ୍ତି। ପୋହା ସହିତ ଗରମା ଗରମ ଜିଲ୍ଲାପି ମଧ୍ୟ ସେ ପରସନ୍ତି। ୨୦୨୨ ଡିସେମ୍ବର ୧୫ ତାରିଖ ଦିନ ଏକ ନ୍ୟୁଜ ଚ୍ୟାନେଲ୍ରୁ ସେ ଚାକିରି ହରାଇଥିଲେ। ଏହାପରେ ସେ ଘରେ ବସି ନଥିଲେ। କିଛି ନ୍ୟୁଜ ଚ୍ୟାନେଲ୍ରେ ସାକ୍ଷାତକାର ମଧ୍ୟ ଦେଇଥିଲେ। ଦେଢ ମାସ ରୁ ୩ ମାସ ବିତିଗଲା। ଧିରେ ଧିରେ କୌଣସି ନ୍ୟୁଜ୍ ଚ୍ୟାନେଲ୍ ପକ୍ଷରୁ ତାଙ୍କ ଫୋନ୍ ମଧ୍ୟ ଉଠାଗଲାନି। ୧୩ବର୍ଷ ଧରି ଗଣମାଧ୍ୟମରେ କାମ କରିବା ପରେ ଏଭଳି ପରିସ୍ଥିତି ଦଦନଙ୍କୁ ଏକ ପ୍ରକାର ଭାଙ୍ଗିଦେଇଥିଲା। କିନ୍ତୁ ସେ ହାର୍ ମାନି ନଥିଲେ। ଫିଲ୍ମ ସିଟିରେ ସାମ୍ବାଦିକ ଭାବେ କାମ କରୁଥିଲେ। ସେଇଠି ହିଁ ଖୋଲିଲେ ପୋହା ଷ୍ଟଲ୍। କାରଣ ଦଦନଙ୍କୁ ପୋହା ତିଆରି କରିବା ସଠିକ୍ ଭାବେ ଆସୁଥିଲା।
ପୋହା ଷ୍ଟଲ ଖୋଲି ନାଁ ରଖିଲେ ପତ୍ରକାର ପୋହାୱାଲା। ଏଠାରେ ୫୦ ଟଙ୍କାରୁ ୮୦ ଟଙ୍କା ପର୍ଯ୍ୟନ୍ତ ପୋହା ମିଳୁଛି। ଅନେକ ସାଥୀ ସାମ୍ବାଦିକ ଆସି ଦଦନଙ୍କ ଷ୍ଟଲ୍ରୁ ପୋହା ଖାଉଛନ୍ତି। କିଛି ଲୋକ ଦଦନଙ୍କୁ ଅସହାୟ ଭାବନ୍ତି ତ କିଛି ଲୋକ ସ୍ବାଭିମାନୀ। ତେବେ ଦଦନଙ୍କ ପୋହା ଷ୍ଟଲ ଖବର ଭାଇରାଲ୍ ହେବା ପରେ କିଛି ନ୍ୟୁଜ୍ ଚ୍ୟାନେଲ୍ ପକ୍ଷରୁ ତାଙ୍କୁ ଅଫର ମଧ୍ୟ ମିଳିଥିଲା। ଭଲ ବେତନ ମଧ୍ୟ ଥିଲା। କିନ୍ତୁ ସେ ସବୁକୁ ଦଦନ ପ୍ରତ୍ୟାକ୍ଷାନ କରି ତାଙ୍କ ଷ୍ଟଲ ଉପରେ ଧ୍ୟାନ ଦେଲେ। ଏବଂ ଏହାକୁ କେମିତି ବଡ କରିହେବ ସେ ବିଷୟରେ ଚିନ୍ତା କଲେ। ଯେତେବେଳେ କିଛି ନଥିଲା ସେତେବେଳେ ଏହି ଷ୍ଟଲ୍ରୁ ସେ ରୋଜଗାର କରୁଥିଲେ। ଆଜି ଏଥିରୁ ଭଲ ୨ ପଇସା ରୋଜଗାର ହୋଇପାରୁଛି, ଏବଂ ଏହି ଷ୍ଟଲକୁ ଛାଡିବାକୁ ଚାହାନ୍ତିନି ବୋଲି ଦଦନ କୁହନ୍ତି।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!