ପବିତ୍ର ଆଷାଢ ଶୁକ୍ଳ ୨ୟା ତିଥି।ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା।କୋଟି ଓଡିଆର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଏକାକାର ହେବେ ଭକ୍ତ-ଭଗବାନ । ତେବେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ରହିଛି ବିଭିନ୍ନ ନାମ ।ରଥଯାତ୍ରା, ଘୋଷଯାତ୍ରା, ଗୁଣ୍ଡିଚା ଯାତ୍ରା, ମହବାଦେବୀ ଯାତ୍ରା, ପତିତପାବନ ଯାତ୍ରା । ଦକ୍ଷିଣାମୁଖୀ ଯାତ୍ରା , ନବଦିନ ଯାତ୍ରା , ଜଶାହତାର ଯାତ୍ରା , ଆଡ଼ପ ଯାତ୍ରା , ନିଳାଦ୍ରୀ ବିଜେ ଆଦି ନାମ ବିଭିନ୍ନ ଶାସ୍ତ୍ର ପୁରାଣରେ ବଣ୍ଣିତ ହୋଇଛି ।ରଥଯାତ୍ରାର ୮ ଟି ଅଙ୍ଗ ରହିଛି ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ ।ତେବେ ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକ ମାନେ କହିଛନ୍ତି ।
ସେ ସମୟରେ ଋକ୍ ବେଦ ଓଅଥର୍ବ ବେଦର ବହୁଳ ଭାବରେ ପ୍ରୟୋଗ ହୁଏ ।ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ୨ୟ ଶତାଦ୍ଦୀ ବେଳକୁ ଖୋଦିତ ହୋଇଥିବା ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ ନିଦର୍ଶନ ମିଳିଥାଏ ।
ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା । ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହେଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି ।

