ପ୍ରଥମ ଉଦ୍ୟମରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଜମ୍ମୁ କାଶ୍ମୀରର ୩ ଭଉଣୀ । ଶ୍ରୀନଗର ନୌସେରାର ତୁବା ବଶିର, ରୁତବା ବଶିର ଏବଂ ଉରବିଶ ନିଟ୍ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନେ ୩ ସଂପର୍କୀୟ ଭଉଣୀ। ୩ ଜଣ ଯାକ ଏକାବେଳେ ସଫଳତା ହାସଲ କରିଛନ୍ତି। ସେମାନଙ୍କ ପରିବାରରେ ଏବେ ଉତ୍ସବର ମାହୋଲ। ତୁବା ବଶିର କହିଛନ୍ତି, ଆମେ ୩ ଜଣ ଏକାଠି ନିଟ୍ ପରୀକ୍ଷାରେ
ଉତ୍ତୀର୍ଣ୍ଣ ହୋଇଥିବାରୁ ଖୁବ୍ ଖୁସି ଲାଗୁଛି। ଆମେ ଏକାଠି ସ୍କୁଲ ଏବଂ କୋଚିଂ ଯାଇଛୁ। ଆମେ ଡାକ୍ତର ହୋଇ ପରିବାର ସ୍ବପ୍ନ ସାକାର କରିବୁ।
ସେହିପରି ଉରବିଶ କହିଛନ୍ତି, ମୁଁ ଖୁବ୍ ଖୁସି। ଆମ ସଫଳତାର ଶ୍ରେୟ ଆମ ବାପା ମା’ ପାଇବେ। ଆମ ପରିବାରେ କେହି ଡାକ୍ତର ନଥିଲେ। ମୁଁ ନିଜେ ହିଁ ଡାକ୍ତର ହେବା ପାଇଁ ନିଷ୍ପତ୍ତି ନେଇଥିଲି।
ଆମ ବାପା ମା’ ଆରମ୍ଭରୁ ଆମକୁ ବହୁତ ସମର୍ଥନ କରିଛନ୍ତି। ଅତ୍ୟନ୍ତ ନିଷ୍ଠାର ସହ ପାଠ ପଢ଼ିଥିଲୁ, ଆଜି ଆମର ସ୍ବପ୍ନ ସାକାର ହୋଇଛି ବୋୋଲି ସେ କହିଛନ୍ତି।

