ବିଶ୍ବର ଏକମାତ୍ର ଭାସମାନ ଉଦ୍ୟାନ

ଭାସମାନ ରେଷ୍ଟୁରାଂ, ଭାସମାନ ବ୍ରିଜ ଆଦି ବିଷୟରେ ଆପଣ ଆଗରୁ ଶୁଣିଥିବେ , ହେଲେ ଏବେ ଜାଣି ଆଶ୍ଚର୍ଯ୍ୟ ହେବେ ମଣିପୁରରେ ରହିଛି ଭାସମାନ ଉଦ୍ୟାନ ବିଶ୍ବର ଏକମାତ୍ର ଭାସମାନ ଉଦ୍ୟାନ ଯାହା ମଣିପୁରରେ ରହିଛି । ଯାହାର ନାଁ ହେଲା କିବୁଲ ଲାମଜାଓ ଜାତୀୟ ଉଦ୍ୟାନ । ଏହା ପ୍ରାୟ ୪୦ ବର୍ଗକିଲୋମିଟର ପରିବ୍ୟାପ୍ତ ଏହି ଅଞ୍ଚଳରେ ଏକ ହ୍ରଦ ମଧ୍ୟରେ ରହିଛି । ଏହି ଉଦ୍ୟାନରେ ଦୁର୍ଲଭ ପ୍ରଜାତିର ହରିଣ ଦେଖିବାକୁ ମିଳିଥାନ୍ତି । ଏମାନଙ୍କ ଶିଙ୍ଗର ରଙ୍ଗ ବାଦାମୀ । ଏମାନଙ୍କୁ ମଣିପୁରୀ ଭାଷାରେ ‘ସଙ୍ଗାର’ ବୋଲି କୁହାଯାଇଥାଏ। ଏମାନଙ୍କର ବିଶେଷ ଅଙ୍ଗଭଙ୍ଗୀ ଯୋଗୁ ଏମାନଙ୍କୁ ‘ଡ୍ୟାନିଂ ହରିଣ’ ମଧ୍ୟ କୁହାଯାଇଥାଏ । ସଙ୍ଘାଇ ହରିଣମାନଙ୍କୁ ମଣିପୁରର ‘ରାଜ୍ୟ ପଶୁ’ର ମାନ୍ୟତା ମିଳିଛି । ୧୯୫୩ ପର୍ଯ୍ୟନ୍ତ ଏହାକୁ ସଙ୍ଗୀଲ ହରିଣଙ୍କ ସଂରକ୍ଷିତ ସ୍ଥାନ ବୋଲି କୁହାଯାଇଥିଲା। ୧୯୬୬ରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇଥିଲା । ଗ୍ରୀଷ୍ମଦିନେ ଏଠାକାର ତାପମାତ୍ରା ୩୫ ଡିଗ୍ରୀରେ ପହଞ୍ଚି ଥିବାବେଳେ ଶୀତଦିନେ ମାଇନସ୍ ୦୧୭ ଡିଗ୍ରୀକୁ ଖସି ଆସିଥାଏ | ଜାତୀୟ ଉଦ୍ୟାନ ଘୋଷଣା ହେବା ପୂର୍ବରୁ ଲୋକମାନେ ଏଠାରେ ଜୀବଜନ୍ତୁ ଶିକାର କରୁଥିଲେ। ପରେ ଏହା ଉପରେ କଟକଣା ଲଗାଯାଇଥିଲା । ଏଠାରେ ହଜାରରୁ ଉର୍ଦ୍ଧ ପଶୁପକ୍ଷୀ ବାସ କରନ୍ତି |

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!