IPS ଅଫିସରଙ୍କ ଗଜବ ଟ୍ରାନ୍ସଫରମେସନ, ୧୩୮ କିଲୋ ରୁ କମାଇଲେ ୪୮କିଲୋ

ଦିନେ ସେ ଥିଲେ ବାହୁବଳୀ IPS ଅଫିସର । ଓଜନ ଥିଲା ୧୩୮ କେଜି । ଚେହେରା ଥିଲା ଗୋଲ ମଟଲ, ଡଉଲଡାଉଲ । ହେଲେ ଏବେ ସେ ପୂରା ଫିଟ୍ । ମୋଷ୍ଟ ଏନରଜେଟିକ୍ । ବର୍ତ୍ତମାନ ତାଙ୍କ ଓଜନ ୪୮ କେଜି କମି ୯୦ କିଲୋ । ତାଙ୍କର ଏହି ଗଜବ ଟ୍ରାନ୍ସଫରମେସନ ଦେଖି ଲୋକେ ବି ତାଜବୁ । ହେଲଦି ଡାଏଟ୍, ଫିଜିକାଲ ଆକ୍ଟିଭିଟି, ପର୍ଯ୍ୟାପ୍ତ ପରିମାଣର ଶୋଇବା ଏବଂ ଧୈର୍ଯ୍ୟ । ଏହି ୪ଟି କାମ କରି ସେ ଏବେ ଫ୍ୟାଟ୍ରୁ ଫିଟ୍ ଅଫିସର ।
ନାଁ ତାଙ୍କର ବିବେକ୍ ରାଜ୍ ସିଂହ କୁକରେଲ୍ । ଏବେ ସେ ଗୌହାଟୀ ଲ ଆଣ୍ଡ ଅର୍ଡର ଡିଜି । ସୋସିଆଲ ମିଡିଆରେ ସେ ଖୁବ୍ ଆକ୍ଟିଭ୍ । ରୀତିମତ ପୋଷ୍ଟକରନ୍ତି କିଛି କିଛି ଫିଟ୍ନେସ୍ ଭିଡିଓ । ୨୦୦୬ କ୍ୟାଡର IPS ଅଫିସର ପିଲାଟିଦିନରୁ ଥିଲେ ଖାଇବା ସୌକୀନ । ଯେତେବେଳେ ଅଷ୍ଟମ ପଢୁଥିଲେ ସେତେବେଳେ ତାଙ୍କ ଓଜନ ଥିଲା ୮୮ କିଲୋ । ଆଉ UPSC ପ୍ରସ୍ତୁତି ସମୟରେ ବଦଳିଯାଇଥିଲା ଖାଇବା ଶୈଳୀ । ଫଳରେ ବଢିବାକୁ ଲାଗିଥିଲା ଓଜନ ।
UPSC କ୍ଲିୟର ପରେ ରାଷ୍ଟ୍ରୀୟ ପୋଲିସ ଏକାଡେମୀରେ ଯୋଗ ଦେଇଥିଲେ ବିବେକ । ସେଠାରେ ତାଙ୍କ ଓଜନ ଜଣାପଡିଥିଲା ୧୩୪ କିଲୋ । ଏହା ଜାଣିବା ପରେ ନିଜକୁ ନିଜେ ଫଟିର୍ ରଖିବାର ନେଇଥିଲେ ନିଷ୍ପତ୍ତି । ଆରମ୍ଭ କରିଦେଇଥିଲେ ଦୌଡିବା । ଦୈନିକ ରନିଂ କରିବାରୁ କମିଥିଲା ତାଙ୍କ ଓଜନ । ଏହା ପରେ ବିହାରରେ ହୋଇଥିଲା ତାଙ୍କର ପ୍ରଥମ ପୋଷ୍ଟିଂ । ଯାହା କିଛି କମିଥିଲା ଟ୍ରେନିଂ ପିରିୟଡରେ, ତା ପୁଣି ଓଜନ ବଢି ହୋଇଗଲା ୧୩୮ କିଲୋ । ପରେ ୮ କିଲୋ ଓଜନ କମାଇ ଦୀର୍ଘ ୯ ରୁ ୧୦ ବର୍ଷ ଏହି IPS ଅଧିକାରୀଙ୍କ ଓଜନ ଥିଲା ୧୩୦ କିଲୋ ।
କିନ୍ତୁ IPS ଅଧିକାରୀଙ୍କ ସ୍ୱପ୍ନ ଥିଲା କେମିତି ହେବେ ସ୍ଲିମ୍ ଫିଟ୍ । ଏଥିପାଇଁ ଚାଲିବା ସହ ଦୌଡିବାକୁ ନେଲେ ନିଷ୍ପତ୍ତି । ରେଗୁଲାର ୩୦ ହଜାର ଷ୍ଟେପ ଚାଲିଲେ । ଏବେ ତାହା ବଢି ୪୦ ହଜାରରେ ପହଞ୍ଚିଛି । ଏମିତିକି ପାଟ୍ରୋଲିଂ ବେଳେ ବି ଚାଲି ଚାଲି ଗଲେ । ଫଳରେ ଧୀରେ ଧୀରେ କମିଥିଲା ଓଜନ । ଏବେ ତାଙ୍କ ଓଜନ ୯୦ କିଲୋ ।

Post Views43 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!