ଚାଇନାର ଉତ୍ତର-ପଶ୍ଚିମ ନିଙ୍ଗକ୍ସିଆ ଅଞ୍ଚଳର ବାରବିକ୍ୟୁ ରେଷ୍ଟୁରାଣ୍ଟରେ ଅଘଟଣ । ଗ୍ୟାସ ବିସ୍ଫୋରଣରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ରେଷ୍ଟୁରାଣ୍ଟରେ ତରଳ ପେଟ୍ରୋଲିୟମ ଗ୍ୟାସ ଟାଙ୍କି ଲିକ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି ।ରେଷ୍ଟୁରାଣ୍ଟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଅନୁସନ୍ଧାନକାରୀଙ୍କୁ ପଠାଯାଇଛି।

