ମୌସୁମୀର ଆଗମନ। ପ୍ରାକ ମୌସୁମୀ ବର୍ଷା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ପ୍ରବେଶ କରିସାରିଛି । ଆଗାମୀ ଦିନେ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବା ପାଇଁ ସଂପୂର୍ଣ୍ଣ ଅନୁକୂଳ ରହିଛି ପାଗ । ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଆଜି ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆଗକୁ ବଢ଼ିବ ବର୍ଷାର ପରିମାଣ ।

